ଜାଣନ୍ତୁ, ଘରେ ସଞ୍ଜ ଦେବାର ପ୍ରଭାବ

0

ଘରେ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ସଞ୍ଜ ଦେବାର ପରମ୍ପରା ଅନେକ ପୁରାତନ ଅଟେ। ଏହାଦ୍ୱାରା ଘରେ ଅନେକ ବାସ୍ତୁଦୋଷ ଦୂର ମଧ୍ୟ ହୋଇଥାଏ। ସଞ୍ଜ ଦେବା ଦ୍ୱାରା ଧୂଆଁ ପ୍ରଭାବରେ ମନକୁ ଶାନ୍ତି ଓ ପ୍ରସନ୍ନତା ମିଳିଥାଏ। ଘରେ ଧୂଆଁ ଦେବାର ଅନେକ ଉପାୟ ରହିଛି।କର୍ପୂର ଓ ଲବଙ୍ଗ:
ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ମାଟିର ଏକ ଦୀପରେ କର୍ପୂର ସହ ଲବଙ୍ଗ ମିଶାଇ ଜଳାନ୍ତୁ। ଆଳତୀ କରିବା ପରେ କର୍ପୂର ଜଳାଇଲେ ଘରର ବାସ୍ତୁଦୋଷ ଦୂର ହୋଇଥାଏ। ଏହାଦ୍ୱାରା ସମସ୍ତ ଦେବାଦେବୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ସେମାନଙ୍କ କୃପାରୁ ଟଙ୍କାପଇସାର ଅଭାବ ଦୂର ହୋଇଥାଏ।ଝୁଣା:
ସପ୍ତାହରେ ଥରେ ଯେକୌଣସି ଦିନ ଘରେ ନଡିଆ କତାରେ ଝୁଣା ପକାଇ ସଞ୍ଜ ଦିଅନ୍ତୁ। ଏପରି କରିବା ଦ୍ୱାରା ଘରେ ଅଶାନ୍ତି ଦୂର ହୋଇଥାଏ। ଝୁଣାର ସୁଗନ୍ଧ ଘରେ ବ୍ୟାପିବା ଦ୍ୱାରା ଅଶାନ୍ତି ନଷ୍ଟ ହୋଇଥାଏ। ଏହାଦ୍ୱାରା ସକାରାତ୍ମକ ଶକ୍ତି ବଢିଥାଏ।ଘିଅର ଦୀପ:
ଘରେ ଟଙ୍କାପଇସାର ଅଭାବ ହେଲେ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ପୂଜା ଘରେ ଘିଅର ଦୀପ ଜଳାନ୍ତୁ। ପ୍ରତି ଶୁକ୍ରବାର ଦିନ ଘରେ ଘିଅର ଦୀପ ଜଳାଇବା ଦ୍ୱାରା କୁଦୃଷ୍ଟିରୁ ରକ୍ଷା ପାଇଥାନ୍ତି।

Leave A Reply