ଜରୁରୀ ବୈଠକ ଡାକିଲା ଦିଲ୍ଲୀ ପରିବେଶ ମନ୍ତ୍ରଣାଳୟ

0

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ପ୍ରସ୍ତୁତ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ତାଲିକାରେ ଭାରତର ଅନ୍ୟ ୧୩ ସହର ସମେତ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥାନିତ ହେବା ପରେ ଏଠାକାର ସରକାରଙ୍କ ରକ୍ତଚାପ ବୃଦ୍ଧି ପାଇଛି। ପ୍ରଦୂଷଣ ଜନିତ ସମସ୍ୟାର ସମାଧାନ ନିମନ୍ତେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଇମ୍ରାନ୍‌ ହୁସେନ୍‌ କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ସମସ୍ତ ଏନ୍‌ସିଆର୍‌ (ଜାତୀୟ ରାଜଧାନୀ ଅଞ୍ଚଳ ବା ଦିଲ୍ଲୀ ପାଖାପାଖି) ରାଜ୍ୟଗୁଡିକର ପରିବେଶ ମନ୍ତ୍ରୀଙ୍କର ଜରୁରୀକାଳୀନ ବୈଠକ ଡକାଇବାକୁ ଅନୁରୋଧ କରିଛନ୍ତି। ପ୍ରଦୂଷଣର କୌଣସି ସୀମା ସରହଦ ନ ଥାଏ। ଏଣୁ ରାଜଧାନୀ ଦିଲ୍ଲୀକୁ ପ୍ରଦୂଷଣମୂକ୍ତ କରିବା ଅଭିଯାନରେ ଉତ୍ତର ପ୍ରଦେଶ ଏବଂ ହରିୟାଣାକୁ ସକ୍ରିୟ ଅଂଶଗ୍ରହଣ କରିବାକୁ ହେବ ବୋଲି ହୁସେନ୍‌ ଦର୍ଶାଇଛନ୍ତି।

Leave A Reply