ବ୍ରିଟିଶ ମାଟିରେ ଉଡ଼ାଇଲେ ତ୍ରିରଙ୍ଗା

0

ନୀଳଗିରି : ଯେଉଁ ବ୍ରିଟିଶର୍ସମାନେ ଭାରତୀୟଙ୍କୁ ଶାସନ କରୁଥିଲେ, ଆଜି ସେହି ବ୍ରିଟିଶଙ୍କ ମାଟିରେ ଭାରତୀୟଙ୍କ ଦେଶପ୍ରେମର ପ୍ରତୀକ ତ୍ରିରଙ୍ଗା ପତାକା ଉଡ଼ାଇ ପାରିଛନ୍ତି ରାଜସ୍ଥାନ ଉଦୟପୁରସ୍ଥିତ ଶିବରତିର ମହାରାଜା କ୍ୟାପଟେନ ରାଘବ ରାଜ ସିଂ (୩୬)। ବାଲେଶ୍ୱର ଜିଲା ଅଧୀନ ନୀଳଗିରି ରାଜାସାହେବ ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନ ଓ ତାଙ୍କ ସାନଭାଇ ଜଗଦ୍ଦୀଶ ମର୍ଦ୍ଦରାଜଙ୍କ ଏକମାତ୍ର ଭଉଣୀ ଜୟଶ୍ରୀ ସିଂଙ୍କୁ ଶିବରତୀ ରାଜ୍ୟର ତତ୍କାଳୀନ ମହାରାଜ ସ୍ୱର୍ଗତ ଧ୍ରୁବସିଂ ରାଣାୱତ ବିବାହ କରିଥିଲେ। ଜୟଶ୍ରୀଙ୍କ ପୁଅ କ୍ୟାପଟେନ ରାଘବ ରାଜ ପୋଲୋ ଖେଳରେ ଅପୂର୍ବ ପାରଙ୍ଗମ ସୃଷ୍ଟି କରି ପାରିଛନ୍ତି। ଏନେଇ ସେ ଇଂଲଣ୍ଡର ମହାରାଜା ପ୍ରିନ୍ସ ଚାର୍ଲସ ଓ ରାଣୀ ଡାଏନାଙ୍କ ପୁଅ ତଥା ଯୁବରାଜ ପ୍ରିନ୍ସ ୱିଲିୟମଙ୍କ ଅତି ଘନିଷ୍ଟ ବନ୍ଧୁ ପାଲଟି ଯାଇଛନ୍ତି। ଏପରିକି ପ୍ରିନ୍ସ ୱିଲିୟମଙ୍କ ବିବାହ ଭୋଜିରେ ଭାରତୀୟ ରାଜ ପରିବାରରେ ସେ ଏକମାତ୍ର ନିମନ୍ତ୍ରୀତ ଅତିଥିଭାବେ ଯୋଗ ଦେଇଥିଲେ।
ନୀଳଗିରି ରାଜାଙ୍କ ଭଣଜା କ୍ୟାପଟେନ ରାଘବ ରାଜ ସମ୍ପ୍ରତ୍ତି ଟେରିଟୋରିଆଲ ଇଣ୍ଡିଆନ ଆର୍ମିଙ୍କ ପାଇଁ କ୍ୟାପଟେନଭାବେ ପୋଲ ଖେଳୁଥିବା ସୂଚନା ମିଳିଛି। ଭାରତର ଶ୍ରେଷ୍ଠ ୧୦ଜଣ ପୋଲୋ ଖେଳାଳିଙ୍କ ମଧ୍ୟରେ ରାଜବ ରାଜଙ୍କ ନାଁ ରହିଛି। ବିଶ୍ୱପ୍ରସିଦ୍ଧ ସିବାସ ରିଗଲ କପ ସମେତ ସେ ବିଦେଶରେ ୩୦/୪୦ଟି ପୋଲୋ ମ୍ୟାଚ ଖେଳିଛନ୍ତି। ଏପରିକି ବ୍ରିଟିଶ ମହାରାଜ ପ୍ରିନ୍ସ ଚାର୍ଲସ ଓ ତାଙ୍କ ପୁଅ ତଥା ଯୁବରାଜ ପ୍ରିନ୍ସ ୱିଲିୟମଙ୍କ ସହ ମଧ୍ୟ ସେ ଏହି ଖେଳ ଖେଳିଥିବା ସୂଚନା ମିଳିଛି। ସମ୍ପ୍ରତି ଲଣ୍ଡନରେ ଚାଲିଥିବା ଏକ
ପୋଲୋ ଖେଳ ପ୍ରତିଯୋଗିତାରେ କ୍ୟାପଟେନ ରାଘବ ରାଜ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ବ୍ରିଟିଶରେ ପୋଲୋ ଖେଳି ଭାରତର ତ୍ରିରଙ୍ଗା ପତାକା ଉଡ଼ାଇବା ତାଙ୍କ ପାଇଁ ତଥା ବିଶେଷଭାବେ ଭାରତୀୟଙ୍କ ପାଇଁ ଏକ ଗର୍ବର କଥା ବୋଲି କହିଛନ୍ତି କ୍ୟାପଟେନ ରାଘବ ରାଜ ସିଂ। ବ୍ରିଟିଶରେ ପୋଲୋ ଖେଳରେ ଏଭିଳି ପ୍ରଶଂସନୀୟ ପ୍ରଦର୍ଶନ କରିଥିବାରୁ ରାଘବଙ୍କ ମାମୁ ତଥା ନୀଳଗିରି ରାଜା ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନ, ଜଗଦ୍ଦୀଶ ମର୍ଦ୍ଦରାଜ, ସାହେବ ମର୍ଦ୍ଦରାଜ, ମାଇଁ ତଥା ରାଣୀ ମନୋଜା ମଞ୍ଜରୀ ଦେବୀଙ୍କ ସମେତ ରାଜ ପରିବାର ସଦସ୍ୟ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave A Reply