କଟକରେ ଏନକାଉଣ୍ଟର , ଅପରାଧୀ ଆହତ

0

କଟକ . – କଟକରେ ପୁଲିସ ଏକ ଏନକାଉଣ୍ଟର କରିଛି । ଗୁରିଆ ନାମକ ଅପରାଧୀ ପୁଲିସ ଗୁଳିରେ ଆହତ ହୋଇଥିବା ସୂଚନା ମିଳିଛି । ଗୁରିଆ ଅନେକ ଅପରାଧିକ ମାମଲାରେ ଜେଲ୍‌ରେ ଥିଲା । କିଛି ଦିନ ପୂର୍ବରୁ ଜେଲ୍‌ରୁ ଆସିବା ପରେ ଜଗତପୁରରେ ଏକ ବୋମା ମାଡ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା ।

ଏହାପରେ ରବିବାର ସନ୍ଧ୍ୟାରେ ଗୁରିଆ ଏନକାଉଣ୍ଟରରେ ଆହତ ହୋଇଛି । ଗୁରିଆର ବାମ ଗୋଡରେ ଗୁଳି ବାଜିଛି । ତାକୁ ଚିକିତ୍ସାପାଇଁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply