ଏନ୍‍କାଉଣ୍ଟରରେ ଆତଙ୍କବାଦୀ ନିହତ

0

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୁଲ୍‍ୱାମା ଜିଲା ଅୱନ୍ତିପୁରାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ବାନ୍ଦେରପୋରା-ରୈନଜିପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସୁରକ୍ଷା କର୍ମୀମାନେ ପାଲଟା ଗୁଳି ଚାଳନା କରିଥିଲେ। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ନିହତ ଆତଙ୍କବାଦୀ ଇଶଫାକ୍‍ ୟୁସୁଫ୍‍ ୱାନି ବୋଲି ପୁଲିସ ସୂଚନା ଦେଇଛି।

Leave A Reply