କର୍ମଚାରୀଙ୍କ ବିବାଦ ସମାଧାନରେ ଯାଉଛି ୪୦% ସମୟ

0

ଚେନ୍ନାଇ: କାର୍ଯ୍ୟାଳୟରେ କର୍ମଚାରୀଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ମତଭେଦ ଓ ବିବାଦ ଦୂର କରିବାରେ ପରିଚାଳକଙ୍କ ୪୦% ସମୟ ନଷ୍ଟ ହେଉଛି। ଏବେ ଶ୍ରେଣୀବାଦ ପଦବୀ ବ୍ୟବସ୍ଥା ବଦଳରେ ମୁକ୍ତ ଚିନ୍ତନ ଓ କାର୍ଯ୍ୟଶୈଳୀ ପରମ୍ପରା ଆରମ୍ଭ ହୋଇଛି। ଏହାଦ୍ୱାରା କାର୍ଯ୍ୟଶୈଳୀ କ୍ଷିପ୍ର ହେବା ସହିତ ଉତ୍ପାଦକତା ବୃଦ୍ଧି ପାଇଛି। କିନ୍ତୁ ଏହି କ୍ରମରେ କର୍ମଚାରୀଙ୍କ ମଧ୍ୟରେ ବିବାଦ ଓ ଭୁଲ୍‍ ବୁଝାମଣା ସୃଷ୍ଟି ହେଉଛି। ପରିଶେଷରେ ପରିଚାଳକଙ୍କୁ ହିଁ ଏହି ବିବାଦର ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ପଡ଼ୁଛି। କାରଣ ମତାନ୍ତର ଓ ଭୁଲ୍‍ ବୁଝାମଣାର ପ୍ରଭାବ ଉତ୍ପାଦକତା ଉପରେ ପଡ଼ୁଛି। ତେଣୁ ବିବାଦ ସମାଧାନ କରିବାରେ ପରିଚାଳକଙ୍କ ହାରାହାରି ୪୦% ସମୟ ଅପଚୟ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ନିୟମିତ କାଉନ୍‍ସେଲିଂ କରାଯାଉଛି।

Leave A Reply