ଢେଙ୍କାନାଳରେ ପୁଣି ଦନ୍ତାହାତୀ ମୃତ

0

ଢେଙ୍କାନାଳ :​‌ ବିଦ୍ୟୁତ ଆଘାତରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ଦନ୍ତାର ମୃତଦେହ ହିନ୍ଦୋଳ ରେଞ୍ଜ ଦୁଦରକୋଟ ଜଙ୍ଗଲରେ ପଡି ରହିଛି। ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡିଛି। ହାତୀଟିର ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରାଯାଉଛି।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ଢେଙ୍କାନାଳରେ ବିଦ୍ୟୁତ ଆଘାତରେ ୭ଟି ହାତୀର ମୃତ୍ୟୁ ହୋଇଥିଲା। ପୁଣି ଆଜି ଦନ୍ତାହାତୀର ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Leave A Reply