ବଣାଇରେ ହାତୀପଲ

0

ବଣାଇ : ସୁନ୍ଦରଗଡ଼ ଜିଲା ବଣାଇରେ ପୁଣି ହାତୀଙ୍କ ଉପଦ୍ରବ ଦେଖାଯାଇଛି । ବଣାଇ କୁଳିପୋଷ ରେଞ୍ଜରେ ହାତୀପଲ ଆସି ବ୍ୟାପକ ଫସଲ ନଷ୍ଟ କରିଥିବାର ଅଭିଯୋଗ ହୋଇଛି । କେଲ, ଗଡ଼ପୋଷ, ନୂଆଡ଼ିହ, ଖୁଟଗାଁ ଅଞ୍ଚଳରେ ଧାନ ଓ ପରିବା ଫସଲ ସବୁ ହାତୀପଲ ନଷ୍ଟ କରୁଥିବା ସୂଚନା ମିଳିଛି।
ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଗ୍ରାମବାସୀଙ୍କ ସହ ବନ କର୍ମଚାରୀ ହାତୀ ଘଉଡ଼ାଇବା ଲାଗି ଉଦ୍ୟମ କରୁଛନ୍ତି । ତେବେ ବାରମ୍ବାର ହାତୀ ଏହି ଅଞ୍ଚଳକୁ ଆସୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

Leave A Reply