ନଦୀରେ ଭାସିଗଲେ ହାତୀ ପଲ

0

କଟକ: ମହାନଦୀରେ ହାତୀପଲ ଭାସିଯାଇଛନ୍ତି। ଆଠଗଡ଼ରୁ ଚନ୍ଦକା ଯିବା ବେଳେ ମହାନଦୀରେ ବନ୍ୟାର ପ୍ରଖର ସୁଅରେ ହାତୀପଲ ଭାସି ଯାଉଥିବା ଦେଖିବାକୁ ମିଳିଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି।
ସୂଚନାଯୋଗ୍ୟ ଯେ, ହାତୀପଲ ପ୍ରତିଦିନ ଏହି ବାଟ ଦେଇ ରାସ୍ତା ପାର ହୋଇଥାନ୍ତି। ତେବେ ନଦୀରେ ବନ୍ୟା ପାଣିର ସୁଅ ଚାଲିଥିଲା। ଏହା ଯୋଗୁଁ ୫ଟି ହାତୀ ନଦୀରେ ଭାସି ଯାଇଥିବା ଆଠଗଡ ରେଞ୍ଜର ରବିନ୍ଦ୍ର ନାଥ ନାୟକ ସୂଚନା ଦେଇଛନ୍ତି।

Leave A Reply