ବିଦ୍ୟୁତ ତାର ଲାଗି ଚାଷୀ ମୃତ

0

ଭବାନିପାଟଣା : କଳାହାଣ୍ଡି ଜିଲା ନର୍ଲା ଥାନା ଅର୍ନ୍ତଗତ ରେଗିଡିମାଲ ଗ୍ରାମର ଗୌର ମାଝି ନାମକ ଜଣେ ଚାଷୀଙ୍କର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମୃତ ଚାଷୀ ଗୌର ମାଝିଙ୍କ ଚାଷ ଜମି ଉପରେ ୧୧ କେଭିର ବିଦ୍ୟୁତ ତାର ଯାଇଥିଲା। ମଙ୍ଗଳବାର ଅପରାହ୍ନରେ ୧୧କେଭି ତାରଟି ଚାଷ ଜମି ଉପରେ ପଡିଯାଇଥିଲା। ଅପରାହ୍ନରେ ଗୌର ମାଝି ଚାଷ ଜମିକୁ ଯିବା ସମମୟରେ ଏହି ତାର ସଂସ୍ପର୍ଶରେ ଆସିଥିଲେ ଯାହାଫଳରେ ଘଟଣା ସ୍ଥଳରେ ହିଁ ଗୌର ମାଝିଙ୍କ ମୃତ୍ୟୁ ହୋଇଛି। ଖବର ପାଇ ନର୍ଲା ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ଗୌର ଶବକୁ ଜବତ କରି ମଦନପୁର ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଛି। ଏହି ଘଟଣାରେ ନର୍ଲା ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply