ମୁକ୍ତିଲାଭ କଲା ‘ଏକ ଲଡ଼କି କୋ ଦେଖା ତୋ ଐଶା ଲଗା’ର ପ୍ରଥମ ଝଲକ୍‍

0

ମୁମ୍ବଇ : ୧୯୯୪ ମସିହାରେ ‘୧୯୪୨-ଏ ଲଭ ଷ୍ଟୋରୀ’ ନାମରେ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ଏକ ଗୀତ ଥିଲା ‘ଏକ ଲଡ଼କି କୋ ଦେଖା ତୋ ଐଶା ଲଗା’, ଯାହା ଆଜି ମଧ୍ୟ ଲୋକପ୍ରିୟତାର ଶୀର୍ଷରେ ରହିଛି ଓ ଲୋକେ ଏହାକୁ ଗୁଣୁଗୁଣୁ ହେଉଥିବାର ଶୁଣିବାକୁ ମିଳେ। ସେହି ଚଳଚ୍ଚିତ୍ରରେ ଅନୀଲ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏବେ ସେହି ସୁପରହିଟ୍‍ ଗୀତର ନାଁ’ରେ ନିର୍ମାଣ ହେଉଛି ଏକ ଚଳଚ୍ଚିତ୍ର ଓ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ମଧ୍ୟ ଅନୀଲ କପୁରଙ୍କୁ ହିଁ ଦେଖିବାକୁ ମିଳିବ। ଅନୀଲ କପୁରଙ୍କ ଜନ୍ମଦିନ ଅବସରରେ ଚଳଚ୍ଚିତ୍ରର ପ୍ରଥମ ଝଲକ ସୋମବାର ରିଲିଜ୍‍ କରାଯାଇଛି ଓ ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ୍‍ ହୋଇଛି।

ସୂଚନା ଅନୁସାରେ, ବିଧୁ ବିନୋଦ ଚୋପ୍ରା ଓ ରାଜକୁମାର ରାଓଙ୍କ ମିଳିତ ପ୍ରଯୋଜନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହେଉଛି। ଶୈଲୀ ଚୋପ୍ରା ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ଚଳଚ୍ଚିତ୍ରରେ ଅନୀଲ କପୁରଙ୍କ ବ୍ୟତୀତ ତାଙ୍କ ଝିଅ ସୋନମ କପୁର ଓ ଜୁହୀ ଚାୱଲାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ତେବେ ‘ଏକ ଲଡ଼କି କୋ ଦେଖା ତୋ ଐଶା ଲଗା’ ଚଳଚ୍ଚିତ୍ର ଫେବୃୟାରୀ ୧ ତାରିଖରେ ମୁକ୍ତିଲାଭ କରିବ। ଏହାର ଟ୍ରେଲର ଡିସେମ୍ବର ୨୭ ତାରିଖରେ ରିଲିଜ କରାଯିବ।
.

Leave A Reply