ଝୋଟ ଉଦ୍ୟୋଗର ଦୁଃଖ

0

କୌଣସି ଏକ ପ୍ରମୁଖ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ମହଲରୁ ସ୍ବର ଉଠେ। ତା’ଭିତରେ ପ୍ରତିକାର ଓ ସମାଧାନର ଉପଯୁକ୍ତ ସୂତ୍ର ବାହାର କରିବା ପରିବର୍ତ୍ତେ ସରକାର ଯେଉଁ ତାତ୍କାଳିକ ପଦକ୍ଷେପ ନିଅନ୍ତି ସେଥିରେ ସାପ ମରେନି କି ବାଡ଼ି ଭାଙ୍ଗେନାହିଁ। ଶେଷରେ କୋଳାହଳ ଓ କୁହେଳି ମଧ୍ୟରେ ସମସ୍ୟାଟି ସେମିତି ବଢ଼ିଚାଲିଥାଏ। ପ୍ଲାଷ୍ଟିକ୍‌ ନିଷେଧ ପ୍ରୟାସ ତା’ଭିତରୁ ଗୋଟିଏ। ପ୍ଲାଷ୍ଟିକର ଉତ୍ପାଦନ ବନ୍ଦ ଏବଂ ପ୍ୟାକେଜିଂ ପାଇଁ ଜୈବିକ ଉପାୟରେ ସହଜରେ ନଷ୍ଟ ହେଉଥିବା ବିକଳ୍ପ ସାମଗ୍ରୀର ପ୍ରସାର ପ୍ରଥମ ଆବଶ୍ୟକତା। ପ୍ଲାଷ୍ଟିକ୍‌ ଯୁଗର ବହୁ ଆଗରୁ ଭାରତ ସମେତ ସମଗ୍ର ବିଶ୍ବ ​‌େ​‌ଝାଟ ଭଳି ପ୍ରାକୃତିକ ଦୀର୍ଘ ତନ୍ତୁକୁ ନିଜର ଯାବତୀୟ ଆବଶ୍ୟକତା ପୂରଣ ପାଇଁ ବ୍ୟବହାର କରିଆସୁଥିଲା। ବିଡ଼ମ୍ବନା ହେଲା ଏହି ଉଦ୍ୟୋଗର ଆଧୁନିକୀକରଣ ପରିବ‌େ‌ର୍ତ୍ତ ଭାରତଭଳି ଦେଶରେ ପ୍ଲାଷ୍ଟିକ୍‌କୁ ପ୍ରୋତ୍ସାହନ ଦିଆଗଲା। ଏବେ ପ୍ଲାଷ୍ଟିକ ପ୍ରଦୂଷଣ ପାଇଁ ଚିତ୍କାର କରି ଦୋଷ ଦେବା କାହାକୁ।
ଭାରତର ଏକଶହ ବର୍ଷର ପୁରୁଣା ଝୋଟ ଉଦ୍ୟୋଗର ଅବସ୍ଥା ଏବେ ଅତି ଖରାପ। ଉଭୟ ଝୋଟ ଉତ୍ପାଦନ ଓ ଏହାର ପ୍ରକ୍ରିୟାକରଣ ଏବଂ ସାମଗ୍ରୀ ନିର୍ମାଣ ଉଦ୍ୟୋଗରେ ୫୦ ଲକ୍ଷ ପରିବାର ପ୍ରତ୍ୟକ୍ଷଭାବେ ସଂପୃକ୍ତ। ଏହା ସ​‌େ​‌ତ୍ତ୍ବ ସରକାରୀ ପ୍ରୋତ୍ସାହନ ଅଭାବରୁ ଦେଶରେ ନଳିତାଚାଷ କ୍ରମଶଃ କମିକମି ଯାଉଛି। ଗୋଟିଏ ପଟେ ଝୋଟ ଉତ୍ପାଦନ ହ୍ରାସ ପାଉଥିବାବେଳେ ଚଟକଳଗୁଡ଼ିକ ନିଜର ଆଧୁନିକୀକରଣ ପାଇଁ ଅର୍ଥାଭାବରୁ ସଂଘର୍ଷ କରୁଛନ୍ତି। ଝୋଟ ଶିଳ୍ପର ଏକ ନିର୍ଦିଷ୍ଟ ଭାଗ ଏବେ ଅଣ-ପ୍ୟାକେଜିଂ ସାମଗ୍ରୀ ଉତ୍ପାଦନ କରି କୌଣସି ମ​‌େ​‌ତ ତିଷ୍ଠି ରହିଥିବାବେଳେ ଅବଶିଷ୍ଟ ରୁଗ୍‌ଣ। ସେମାନେ ପ୍ୟାକେଜିଂ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଉତ୍ପାଦନ ନିମନ୍ତେ ସରକାରୀ ସଂରକ୍ଷଣ ବ୍ୟବସ୍ଥାର ସୁଯୋଗ ଲୋଡ଼ୁଛନ୍ତି।
ଉଚ୍ଚମାନର ଝୋଟଜାତ ସାମଗ୍ରୀ ପ୍ରସ୍ତୁତ ପାଇଁ ଉନ୍ନତମାନର ଝୋଟ ଦରକାର। ଭାରତର ମୋଟ ଉତ୍ପାଦନର ୭୫ଭାଗ ଝୋଟ କେବଳ ପଶ୍ଚିମବଙ୍ଗରେ ହୋଇଥାଏ। ଓଡିଶା, ବିହାର, ଝାଡ଼ଖଣ୍ଡ ଓ ଆସାମରେ ମଧ୍ୟ ଝୋଟ ଉତ୍ପାଦିତ ହୁଏ। ବଜାର ଅଭାବ, ଉତ୍ପାଦନ ହ୍ରାସ ଏବଂ ଲାଭଜନକ ମୂଲ୍ୟ ଅଭାବରୁ ଏସବୁ ରାଜ୍ୟର ଚାଷୀ ନଳିତା ଚାଷ ପ୍ରାୟ ଛାଡ଼ି ଦେଲେଣି। ପଶ୍ଚିମବଙ୍ଗ‌େର ମଧ୍ୟ ଏହି ଚାଷ କ୍ରମଶଃ ହ୍ରାସ ପାଉଛି। କେନ୍ଦ୍ର ବୟନ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଝୋଟ ଉତ୍ପାଦନ ଏକର ପିଛା ପ୍ରାୟ ୧୦ ପ୍ରତିଶତ କମିଥିବାବେଳେ ଝୋଟର ମୂଲ୍ୟ ସରକାରୀ ସମର୍ଥନ ମୂଲ୍ୟଠାରୁ କମ୍‌ ରହୁଛି। ଅତଏବ ଏହାର କୁପ୍ରଭାବ ଚାଷ ଉପରେ ପଡ଼ିବା ସ୍ବାଭାବିକ।

Leave A Reply