ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲା: ସୋନିଆ ଗାନ୍ଧୀଙ୍କ ନାମ ନେଲା ମିଶେଲ

0

ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲା ଏବେ ଏକ ଭିନ୍ନ ମୋଡ଼ ନେଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ଶନିବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ କହିଛି ଯେ ଏହି ମାମଲାରେ ଗିରଫ ମଧ୍ୟସ୍ଥି ବିଚୋଲିଏ ଖ୍ରୀଷ୍ଟିଆନ୍‍ ମିଶେଲ ଜେରା ବେଳେ ସୋନିଆ ଗାନ୍ଧୀଙ୍କ ନାମ ନେଇଛି। ଏ ବିଷୟରେ ଇଡ଼ି ଅଧିକ ସୂଚନା ଦେବାକୁ ମନା କରିଦେଇଛି। କେଉଁ ସନ୍ଧର୍ଭରେ ସେ ସୋନିଆ ଗାନ୍ଧୀଙ୍କ ନାମ ନେଇଛି ଓ ତଦନ୍ତ ସହ ଏହାର କି ସମ୍ପର୍କ ରହିଛି ତାହା ଇଡ଼ି ସ୍ପଷ୍ଟ କରିନାହିଁ। ଇଡ଼ି ପକ୍ଷରୁ କୋର୍ଟରେ କୁହାଯାଇଛି ଯେ ମିଶେଲ ‘ଇଟାଲୀ ମହିଳା ଓ ତାଙ୍କ ପୁଅଙ୍କ ସମ୍ପର୍କରେ କହିଥିଲେ। ତାଙ୍କ ପୁଅ ଆଗାମୀ ଦିନରେ ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ସେ ପ୍ରକାଶ କରିଥିଲା। ଅପରପକ୍ଷରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ମିଶେଲଙ୍କ ଉପରେ ସରକାରୀ ସଂସ୍ଥା ଦ୍ୱାରା ଚାପ ପକାଯାଉଛି। କୋର୍ଟ ମିଶେଲଙ୍କୁ ୭ ଦିନ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଇଡ଼ିକୁ ଅନୁମତି ପ୍ରଦାନ କରିଛନ୍ତି।

Leave A Reply