ରାଜ୍ୟର ବିକାଶ ହାର ୭.୧୪ ପ୍ରତିଶତ

0

 

ଭୁବନେଶ୍ୱର:  ଗୁରୁବାରରେ  ବିଧାନ ସଭାରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ଏଥିରେ ରାଜ୍ୟର ବାର୍ଷିକ ଅର୍ଥନୈତିକ ପ୍ରଗତି ବା ଅଭିବୃଦ୍ଧି ହାର ୭.୧୪ ପ୍ରତିଶତ ଦର୍ଶା ଯାଇଛି ।  ରାଜ୍ୟରେ ଦରଦାମ ନିୟନ୍ତ୍ରଣରେ ସରକାର ସଫଳ ହୋଇଥିବା କଥା ଦର୍ଶା ଯାଇଛି । ଦେଶରେ ଦରଦାମ ବୃଦ୍ଧି ୩.୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ଏହା ୧.୩ । ସେହିପରି ଶିଶୁ ମୃତ୍ୟୁ ହାର ବି ରାଜ୍ୟରେ ଜାତୀୟ ହାରଠାରୁ କମ୍ । ୨୦୦୫-୦୬ରେ ଦେଶରେ ଶିଶୁ ମୃତ୍ୟୁ ହାର ପ୍ରତିହଜାରରେ ୫୭ ଥିବା ବେଳେ ୨୦୧୫-୧୬ରେ ଏହା ୪୧ ରେ ପହଞ୍ଚିଛି । ମାତ୍ର ରାଜ୍ୟରେ ୨୦୦୫-୦୬ରେ ଏହା ୬୫ ଥିବା ବେଳେ ୨୦୧୫-୧୬ରେ ଏହା ୪୦କୁ ହ୍ରାସ ପାଇଛି । ସେହିପରି ରାଜ୍ୟରେ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି । ରାଜ୍ୟରେ ଆଇଟି କ୍ଷେତ୍ରରେ ନିଯୁକ୍ତି ବୃଦ୍ଧଇ ପାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।

ବିଧାନ ସଭାରେ ୨୦୧୮-୧୯ ବର୍ଷ ପାଇଁ ବଜେଟ  ଉପସ୍ଥାପନ କରାଯିବ ।  ଏହାର ପରିମାଣ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ହେବ । ୨୦୧୯ ରେ ନିର୍ବାଚନ ଥିବାରୁ ଏହି ବଜେଟ୍‌ ଚାଷୀ ଓ ସାମାଜିକ ବିକାଶ ପାଇଁ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି ।

Leave A Reply