ପୂର୍ବ ଭାରତରେ ଭୂମିକମ୍ପ

0

ନୂଆଦିଲ୍ଲୀ/ପାଟନା/କଲକାତା: ବିହାର, ପଶ୍ଚିବଙ୍ଗ ସମେତ ଦେଶର ପୂର୍ବତ୍ତର ଅଂଶରେ ବୁଧବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି। ବିହାର କିଶନଗଞ୍ଜ, ପୂର୍ଣ୍ଣିୟା ଓ କଟିହାର ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସକାଳ ୧୦ଟା୨୦ମି ସମୟରେ ଉପରୋକ୍ତ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ଏହାର କେନ୍ଦ୍ରସ୍ଥଳ ଆସାମର କୋକରାଝାର ଅଞ୍ଚଳ ବୋଲି ଜଣାପଡ଼ିଛି।
ଭୂମିକମ୍ପ ବିହାର, ପଶ୍ଚିମବଙ୍ଗ, ଅରୁଣାଚଳପ୍ରଦେଶ, ସିକିମ ଓ ଆସାମରେ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ୫.୫ ଥିଲା। ଭୂମିକମ୍ପ ଅନୁଭୂତ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ସ୍ଥାନୀୟ ଲୋକେ ନିଜ ଘରୁ ବହାରି ସୁରକ୍ଷିତ ସ୍ଥାନକୁ ପଳାଇ ଥିଲେ।
ହରିୟାଣାର ଜାଝର ଅଞ୍ଚଳରେ ମଧ୍ୟ ବୁଧବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଥିଲା। କିିଛିଦିନ ପୂର୍ବେ ଦିଲ୍ଲୀ ଏନସିଆରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା।

Leave A Reply