ହିମାଳୟ ପାର୍ବତ୍ୟାଞ୍ଚଳରେ ହୋଇପାରେ ଭୂକମ୍ପ

0

ନୂଆଦିଲ୍ଲୀ: ହିମାଳୟ ପର୍ବତମାଳା ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବ। ରିକ୍ଟର ସ୍କେଲ୍‍ରେ ଏହାର ତୀବ୍ରତା ରହିବ ୮.୫ ରହିବ। ଭାରତୀୟ ବୈଜ୍ଞାନିକମାନେ ଏଭଳି ପୂର୍ବାନୁମାନ କରିଛନ୍ତି।
ବେଙ୍ଗାଲୁରୁସ୍ଥିତ ଜୱାହରଲାଲ୍‍ ନେହରୁ ସେଣ୍ଟର ଫର ଆଡ୍‍ଭାନ୍ସଡ ସାଇଣ୍ଟିଫିକ୍‍ ରିସର୍ଚ୍ଚର ଭୂକମ୍ପ ବିଜ୍ଞାନୀ ସି ପି ରାଜେନ୍ଦ୍ରନ୍‍ଙ୍କ ସୂଚନା ଅନୁଯାୟୀ ହିମାଳୟ ପାର୍ବତ୍ୟାଞ୍ଚଳ ଉପରେ କ୍ରମାଗତ ଭାବେ ଚାପ ବଢ଼ିବାରେ ଲାଗିଛି। ଏଥିଯୋଗୁଁ ଯେ କୌଣସି ମୁହୂର୍ତ୍ତରେ ସେହି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇପାରେ। ଏ ସମ୍ପର୍କିତ ଏକ ଲେଖା ଜିଓଲଜିକାଲ୍‍ ଜର୍ଣ୍ଣାଲରେ ମଧ୍ୟ ପ୍ରକାଶ ପାଇଛି। ଇସ୍ରୋ, ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା, ପଶ୍ଚିମ ନେପାଳର ମୋହନା ଖୋଲା ଓ ଛୋରଗାଲିଆରୁ ସଂଗୃହୀତ ଭୂତାତ୍ତ୍ୱିକ ତଥ୍ୟକୁ ଆଧାରରେ ଉକ୍ତ ଲେଖା ପ୍ରକାଶିତ ହୋଇଛି।
ଗବେଷଣାରୁ ଉପଲବ୍ଧ ତଥ୍ୟ ଅନୁଯାୟୀ ଉକ୍ତ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ସହିତ ତାଳ ଦେଇ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିଯୋଗୁଁ ହିମାଳୟ ପାର୍ବତ୍ୟାଞ୍ଚଳର ଭୂତଳ ପ୍ଲେଟ୍‍ରେ ଚାପ ବଢ଼ିବାରେ ଲାଗିଛି। ଏଥିଯୋଗୁଁ ଯେ କୌଣସି ସମୟରେ ଭୂକମ୍ପ ଅନୁଭୂତ ହୋଇପାରେ। ଏହାର ତୀବ୍ରତା ଉକ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇପାରେ।

Leave A Reply