ଠକେଇ ଅଭିଯୋଗରେ ଦୁଇ କୋରିୟର ଡେଲିଭର ବଏ ଗିରଫ

0

ଦ୍ୱାରଶୁଣି: ଠକେଇ ଅଭିଯୋଗରେ ଦୁଇ କୋରିୟର ଡେଲିଭର ବଏ ଗିରଫ ହୋଇଥିବା ଜଣାପଡିଛି । କୋରିୟର ସାମଗ୍ରୀ ଡେଲିଭରି ସମୟରେ ୨ଜଣ ଯୁବକଙ୍କୁ ବାରିପଦା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ଅଭିଷେକ ବେହେରା ଓ ପ୍ରକାଶ ଚନ୍ଦ୍ର ନାଏକ ।

ସୂଚନାଯୋଗ୍ୟ, ବାରିପଦା ଟାଉନ ଅଞ୍ଚଳରେ ଭୀମସେନ ମହାନ୍ତ ନାମକ ଜଣେ ଯୁବକ ଡିସେମ୍ବର ୬ତାରିଖରେ ଅନଲାଇନରେ ଏକ ମୋବାଇଲ ଅର୍ଡର କରିଥିଲେ । ୧୩ ତାରିଖ ଦିନ ଏହାର ଡେଲିଭରି କରିଥିଲେ ପ୍ରକାଶ ନାଏକ । କିନ୍ତୁ ଏହି ପାର୍ସଲ ମଧ୍ୟରେ ମୋବାଇଲ ବଦଳରେ ଏକ ସାବୁନ ଓ ଏକ ପୁରୁଣା ମୋବାଇଲ କଭର ମିଳିଥିଲା । ଏହାପରେ ଭୀମସେନ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଏକ ମାମଲା (ନଂ.୩୦୮/୧୮) ରୁଜୁ କରି ଉପରୋକ୍ତ ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ ଲାପଟପ, ୪ ଟି ମୋବାଇଲ, ୨ହଜାର ଟଙ୍କ ଓ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ।

Leave A Reply