ପୋଖରୀରେ ବୁଡି ୩ ଭଉଣୀ ମୃତ

0

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ବଡ଼କଲା ଡାହିସାହି ଗ୍ରାମର ୩ ଉଭଣୀଙ୍କର ମଙ୍ଗଳବାର ସକାଳେ ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ସେମାନେ ହେଲେ ଗ୍ରାମର ପାଲ ମୁର୍ମୁଙ୍କ ଝିଅ ପାର୍ବତୀ(୧୦), ରାଜଶ୍ରୀ(୮) ଏବଂ ତାଙ୍କ ଭାଇ ଗୟା ମୁର୍ମୁଙ୍କ ଝିଅ କାବି(୧୦)।
ସୂଚନାଯୋଗ୍ୟ ଯେ, ୩ ଭଉଣୀ ସାଙ୍ଗହୋଇ ନିକଟସ୍ଥ ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଉଥିବା ବେଳେ ଗୋଡ ଖସିଯିବାରୁ ଜଣେ ପରେ ଜଣେ ସମସ୍ତେ ପାଣିରେ ବୁଡି ଯାଇଥିଲେ। ଖବରପାଇ ପରିବାର ଲୋକେ ଖୋଜାଖୋଜି କରି ୩ ଜଣଙ୍କୁ ଉଦ୍ଧାର କରି ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ବାରିପଦା ସଦର ଥାନା ଆଇଆଇସି ଡାକ୍ତରଖାନାରେ ପହଞ୍ଚିି ତଦନ୍ତ ଜାରି ରଖିଛନ୍ତି।

Leave A Reply