ପୋଷାକର ରଙ୍ଗରୁ ଜାଣନ୍ତୁ ତାହା କ’ଣ ସୂଚାଇଥାଏ

0

ପ୍ରତ୍ୟେକ ରଙ୍ଗର ଏକ ଅର୍ଥ ରହିଥାଏ। ବେଳେବେଳ ଆମକୁ ପୋଷାକର ରଙ୍ଗ ନେଇ କିଛି ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ସବୁଠାରୁ ଉତ୍ତମ ଅଟେ ଆମକୁ ଜାଣି ରଖିବା ଉଚିତ ଯେ, କେଉଁ ରଙ୍ଗ କ’ଣ ଦର୍ଶାଇ ଥାଏ। ରଙ୍ଗ ଦ୍ୱାରା ଆମକୁ ପୋଷାକ ପିନ୍ଧିବାରେ ସହଜ ହୋଇଥାଏ।
ଲାଲ:
ଲାଲ ରଙ୍ଗ ମନରେ ସାହାସ, ଇଚ୍ଛା ଶକ୍ତିକୁ ଦର୍ଶାଇ ଥାଏ। ଲାଲ ରଙ୍ଗର ପୋଷାକ ସର୍ବଦା ସକାଳ ସମୟରେ ପରିଧାନ କରିବା ଉଚିତ। ଲାଲ ରଙ୍ଗ ପରିଧାନ କରିବା ଦ୍ୱାରା ଆପଣଙ୍କ ସକାଳ ସମୟ ଖୁବ ସୁନ୍ଦର ହୋଇଥାଏ।କମଳା:
କମଳା ରଙ୍ଗ ସ୍ୱତନ୍ତ୍ରତା, ଖୁସି, ଆତ୍ମ-ସମ୍ମାନର ପ୍ରତୀକ ଅଟେ। ଯଦି ଆପଣ କେବେ କୌଣସି ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତି, ତେବେ କମଳା ରଙ୍ଗକୁ ଗୁରୁତ୍ୱ ଦିଅନ୍ତୁ।
ହଳଦିଆ:
ହଳଦିଆ ରଙ୍ଗ ମାନସିକ ଭାବେ ସଚେତନ ହେବା, ଖୁସି ରହିବା ଓ ଆତ୍ମ-ସମ୍ମାନର ପ୍ରତୀକ ଅଟେ। ଯେକୌଣସି ଚୁକ୍ତି ଭିର୍ତ୍ତିକ କାର୍ଯ୍ୟ କରିବାକୁ ଯିବା ପୂର୍ବରୁ ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ।ସବୁଜ:
ସବୁଜ ରଙ୍ଗ ଦୟା ଓ ଭଲ ପାଇବାର ପ୍ରତୀକ ଅଟେ। ତେଣୁ ଆପଣ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ସତେଜ ଅନୁଭବ କରିବେ। ତେଣୁ ସନ୍ଧ୍ୟା ସମୟରେ ସବୁଜ ରଙ୍ଗର ପୋଷାକ ପରିଧାନ କରିବା ଦ୍ୱାରା ଭଲ ହୋଇଥାଏ।
ନୀଳ:
ନୀଳ ରଙ୍ଗ ଧୈର୍ଯ୍ୟ ଓ ସଚ୍ଚୋଟର ପ୍ରତୀକ ହୋଇଥାଲ। ତେଣୁ ଚାକିରୀ ସମ୍ବନ୍ଧୀୟ କୌଣସି ପରୀକ୍ଷା ଦେବାକୁ ଯିବା ବେଳେ ନୀଳ ରଙ୍ଗର ପୋଷାକ ପିନ୍ଧି ଯାଆନ୍ତୁ।

Leave A Reply