ଅପରିଷ୍କାର ପୋଷାକ ପିନ୍ଧୁଛନ୍ତି କି ? ବଦଳାନ୍ତୁ ଅଭ୍ୟାସ ନଚେତ !

0

ଅପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ। ପାଖରେ ଥିବା ଲୋକମାନେ ମଧ୍ୟ ଦୂରେଇ ଯାଇଥାନ୍ତି। ବଡ ଲୋକଙ୍କ କହିବା ଅନୁଯାୟୀ, ଅପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ସହ ଟଙ୍କାପଇସା କ୍ଷେତ୍ରରେ କ୍ଷତି ହୋଇଥାଏ। ଗରୁଡ ପୁରାଣରେ ଏହି ବିଷୟରେ ବର୍ଣ୍ଣନା କରାଯାଇଛି।ଅପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ଆଲାର୍ଜି ଓ ସଂକ୍ରମଣ ରୋଗ ହେବାର ସମ୍ଭାବନା ବଢିଯାଇଥାଏ। ଏହି କାରଣରୁ ଡାକ୍ତର ପାଖକୁ ଯାଇ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ବେଳେବେଳେ ଦେଖାଯାଇଥାଏ ଯେ, କୌଣସି କାର୍ଯ୍ୟ କରିବାକୁ ଯାଉଥିଲେ ମଧ୍ୟ ତାହା ହୋଇ ନଥାଏ। ଏପରି ନ ହେବାର କାରଣ ଗରୁଡ ପୁରାଣରେ ବର୍ଣ୍ଣିତ ହୋଇଛି। ଅପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ଏପରି ହୋଇଥାଏ। ଧନ ହାନୀ ମଧ୍ୟ ହୋଇଥାଏ।ଅପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ବ୍ୟକ୍ତିର ଜୀବନରେ ମଧ୍ୟ ତାର ପ୍ରଭାବ ପଡିଥାଏ। ବ୍ୟକ୍ତିର ସୁଖଶାନ୍ତିରେ ବାଧା ଉତ୍ପନ୍ନ ହୋଇଥାଏ। କୁହାଯାଇଛି ଯେ, ଅପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୁପ୍ରଭାବ ପଡିଥାଏ। ତେଣୁ କଦାପି ଅପରିଷ୍କାର ପୋଷାକ ପିନ୍ଧନ୍ତୁ ନାହିଁ।ଅପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ କମିଯାଇଥାଏ। କୌଣସି କାମରେ ମନ ଲାଗି ନଥାଏ। ଯାହାଦ୍ୱାରା ଆପଣଙ୍କ ସଫଳତାର ସ୍ତର ମଧ୍ୟ ତଳକୁ ଖସିବାରେ ଲାଗିଥାଏ। ପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ଆମକୁ ସବୁକ୍ଷେତ୍ରରେ ସଫଳତା ମିଳିଥାଏ।

Leave A Reply