ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ଡ଼ଲାର

0

ପୁରୀ : ଶ୍ରୀମନ୍ଦିରର ହୁଣ୍ଡିକୁ ମିଳିଥିବା  ଦାନକୁ ମଙ୍ଗଳବାର ଗଣିଲାବେଳେ ଆମେରିକୀୟ ଡ଼ଲାର ମିଳିଥିବାର ଜଣାପଡ଼ିଛି। ସୂଚନା ଅନୁଯାୟୀ, ହୁଣ୍ଡିରେ ଦାନର ପରିମାଣ ୨ଲକ୍ଷ ୧୪ ହଜାର ୮୯ ଟଙ୍କା ମିଳିଥିବା ବେଳେ ଏଥିରେ ୨୬ ଆମେରିକୀୟ ଡ଼ଲାର ରହିଥିଲା। ଏତଦ ବ୍ୟତୀତ ୧୪ ଗ୍ରାମରୁ ଅଧିକ ଓଜନର ସୁନା ଓ ୯୬ କିଲୋଗ୍ରାମରୁ ଅଧିକ ରୂପା ମଧ୍ୟ ମିଳିଛି । ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ଆସିଲେ ହୁଣ୍ଡିରେ ଦାନ ଓ ଦକ୍ଷିଣା ପକାଇଥାଆନ୍ତି। ପ୍ରତ୍ୟେକ ଦିନ ରାତିରେ ହୁଣ୍ଡିର ଟଙ୍କାକୁ ଗଣାଯାଇ ଟଙ୍କା ଓ ଦାନ ଜିନିଷକୁ ସାର୍ବଜନୀନ କରାଯାଇଥାଏ। ତେବେ ଏହି ଡ଼ଲାର କୌଣସି ବିଦେଶୀ ଭକ୍ତ ଓ ପ୍ରବାସୀ ଭାରତୀୟ ପକାଇଥିବା ଅନୁମାନ କରାଯାଉଛି।

Leave A Reply