ଜିଲାସ୍ତରୀୟ ୩୭ତମ ଓଷ୍ଟା ଶିଶୁ ମହତ୍ସୋବ

0

ବଡ଼ସାହି : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ବୀରେଶ୍ୱରପୁର ହାଇସ୍କୁଲ ପରିସରରେ ଦୁଇ ଦିନ ଧରି ଚାଲିଥିବା ୩୭ତମ ଜିଲା ସ୍ତରୀୟ ଶିଶୁ ଉତ୍ସବ ଉଦ୍‍ଯାପିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲା ଶିକ୍ଷାଧିକାରୀ ଧୃବଚରଣ ବେହେରା, ମୁଖ୍ୟବକ୍ତା ଭାବେ ଓଲଷ୍ଟାର ପୂର୍ବତନ ରାଜ୍ୟ ସଭାପତି ସନାତନ ଜେନା, ସମ୍ମାନିତ ଅତିଥି ଭାବେ ବାରିପଦା ଗୋଷ୍ଠୀ ଶିକ୍ଷାଧିକାରୀ ଡ.ପ୍ରଜ୍ଞାପରମିତା ଜେନା, ସଦସ୍ୟ ବଳରାମ ଦାସ ଓ ସଂଘର ରାଜ୍ୟ ସମ୍ପାଦକ ଭରତ ଚନ୍ଦ୍ର ବଗାଳ ପ୍ରମୁଖ ଉପସ୍ଥିତ ଥିଲେ। ଜିଲାର ବାରିପଦା ଓ କପ୍ତିପଦା ଉପଖଣ୍ଡର ୧୪ଟି ବ୍ଳକରୁ ୧୪୦ଜଣ ଛାତ୍ରଛାତ୍ରୀ ତର୍କ, ଆବୃତ୍ତି, କୁଇଜ୍‍, ସାଧାରଣ ଜ୍ଞାନ, ଏକକ ନୃତ୍ୟ, ଏକକ ଅଭିନୟ, କବିତା ଲିଖନ, ଗଳ୍ପ ଲିଖନ, ଚିତ୍ରାଙ୍କନ, କଣ୍ଠ ସଙ୍ଗୀତ ଆଦି ୧୦ଟି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଶ୍ରେଷ୍ଠ ବିବେଚିତ ହୋଇଥିବା ୧୦ଛାତ୍ରଛାତ୍ରୀ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି।

Leave A Reply