ଦୀପ ପ୍ରଜ୍ୱଳିତ କରିବାର ଧାର୍ମିକ ଓ ବୈଜ୍ଞାନିକ କାରଣ

0

ଭାରତରେ ଦୀପ ପ୍ରଜ୍ୱଳନର ପରମ୍ପରା ଅତ୍ୟନ୍ତ ପୁରାତନ ଅଟେ। ଦୀପ ଜଳାଇବାର ପରମ୍ପରା ସମସ୍ତ ଧର୍ମରେ ମହତ୍ତ୍ୱ ରଖିଥାଏ। ବେଦରେ ଅଗ୍ନିକୁ ପ୍ରତ୍ୟକ୍ଷ ଦେବତାଙ୍କ ସ୍ୱରୂପ ବୋଲି କୁହାଯାଇଛି। ତେଣୁ ହିନ୍ଦୁ ଧର୍ମରେ ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭଗବାନଙ୍କ ସମ୍ମୁଖରେ ଦୀପ ପ୍ରଜ୍ୱଳିତ କରାଯାଇଥାଏ। ଦୀପ ଜଳାଇବାର ଅନେକ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି।
ଧାର୍ମିକ କାରଣ:
ଦୀପ ଜ୍ଞାନ ଓ ଆଲୋକର ପ୍ରତୀକ ଅଟେ। ଦୀପ ପ୍ରଜ୍ୱଳିତ କରିବା ଦ୍ୱାରା ସକାରାତ୍ମକ ଶକ୍ତି ବୃଦ୍ଧି ପାଇବା ସହ ଦରିଦ୍ରତା ଦୂର ହୋଇଥାଏ। ଦୀପ ଜଳାଇବାର କାରଣ ହେଉଛି ଅଜ୍ଞାନର ଅନ୍ଧକାର ଦୂର କରି ଜୀବନରେ ଜ୍ଞାନର ପ୍ରକାଶ କରିବା। ବିଶେଷ ଦିବସ ମାନଙ୍କରେ ବିଶେଷ ସଂଖ୍ୟାରେ ଦୀପ ପ୍ରଜ୍ୱଳିତ କରିବା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ପ୍ରତ୍ୟେକ ଦିନ ଘିଅରେ ଦୀପ ଲଗାଇବା ଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ। ଏହାଦ୍ୱାରା ମା ଲକ୍ଷ୍ମୀଙ୍କ ଶୁଭ ଦୃଷ୍ଟି ଘରେ ପଡିଥାଏ। କୌଣସି ପୂଜା ସମୟରେ ଶୁଭ ଫଳ ପାଇବା ପାଇଁ ଘିଅର ଦୀପ ଲଗାଇବା ଉଚିତ।ବୈଜ୍ଞାନିକ କାରଣ:
ଗୁଆ ଘିଅରେ ଦୀପ ଜଳାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏହାଦ୍ୱାରା ଘରର ବାତାବରଣ ପବିତ୍ର ହୋଇଥାଏ। ପ୍ରଦୂଷଣ ଦୂର ହୋଇଥାଏ। ଦୀପ ଜଳାଇବା ଦ୍ୱାର ସମସ୍ତ ଘରେ ଲାଭ ହୋଇଥାଏ। ଦୀପ ପ୍ରଜ୍ୱଳିତ କରିବା ଦ୍ୱାରା ଘରେ ପ୍ରଦୂଷଣର ମାତ୍ରା କମିଯାଇଥାଏ। ଅଗ୍ନିରେ କୌଣସି ଦ୍ରବ୍ୟ ପୋଡିବା ଦ୍ୱାରା ତାହା କମ ଦୂଷିତ ହୋଇ ପରିବେଶରେ ମିଶି ଯାଇଥାଏ। ତେଣୁ ଘିଅ ମଧ୍ୟ ଅଗ୍ନିରେ ମିଶି ବାତାବରଣକୁ ଶୁଦ୍ଧ କରିବାରେ ସାହାଯ୍ୟ କରିଥାଏ।ପୂଜା ସମୟରେ ଧ୍ୟାନ ଦିଅନ୍ତୁ:
ଦେବୀ ଦେବତାଙ୍କ ନିକଟରେ ଘିଅର ଦୀପ ଲଗାଇବାକୁ ଚାହୁଁଥିଲେ ନିଜ ବାମ ହାତରେ ଜଳାନ୍ତୁ। ତେଲର ଦୀପ ଲଗାଇବା ଚାହୁଁଥିଲେ ଡାହାଣ ହାତରେ ଜଳାନ୍ତୁ।
ପୂଜା କରିବା ସମୟରେ ଦୀପ ଲିଭିବାକୁ ଦିଅନ୍ତୁ ନାହିଁ।
ପୂଜା ସମୟରେ ଲିଭିଯାଇଥିବା କିମ୍ବା ପୂର୍ବରୁ ଲଗାଯାଇଥିବା ଦୀପ ଜଳାନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

Leave A Reply