ରୋଜ ଡେ; ବିଭିନ୍ନ ରଙ୍ଗର ଗୋଲାପର ଭିନ୍ନଭିନ୍ନ ବର୍ତ୍ତା

0

ଫେବୃଆରୀ ୭ ହେଉଛି ରୋଜ ଡେ । ପ୍ରେମ ସପ୍ତାହର ପ୍ରଥମ ଦିନ । ଯୁବପିଢୀମାନେ ଏହି ଦିନଟିକୁ ଅତି ଉତ୍ସାହର ସହ ପାଳନ କରିଥାଆନ୍ତି । ଗୋଲାପ ହେଉଛି ପ୍ରେମର ପରିଭାଷା । ଭିନ୍ନ ଭିନ୍ନ ରଙ୍ଗର ଗୋଲାପ ଭିନ୍ନ ବାର୍ତ୍ତା ଦେଇଥାଏ ।

ନାଲି ଗୋଲାପ: ନାଲି ରଙ୍ଗ ପ୍ରେମର ପତୀକ । ଠିକ୍ ସେହିପରି ସଚ୍ଚା ପ୍ରେମର ପ୍ରତୀକ ହେଉଛି ନାଲି ଗୋଲାପ । ପ୍ରେମ ପ୍ରସ୍ତାବ ପାଇଁ ଆପଣ ନାଲି ଗୋଲପ ବ୍ୟବହାର କରି ପାରିବେ । ଯଦି ଆପଣଙ୍କ ସାଥୀ ଆପଣଙ୍କୁ ନାଲି ଗୋଲାପ ଦେଉଛନ୍ତି, ତେବେ ବୁଝି ଯାଆନ୍ତୁ ଆପଣ ତାଙ୍କ ଜୀବନରେ ବହୁତ ଗୁରୁତ୍ବପୂର୍ଣ୍ଣ ଅଂଶ ଗ୍ରହଣ କରିଛନ୍ତି ।

ହଳଦିଆ ଗୋଲାପ: ହଳଦିଆ ଗୋଲାପ ସାଙ୍ଗ ବା ଦୋସ୍ତିର ପ୍ରତୀକ । ଯଦି କାହା ସହ ଆପଣ ଦୋସ୍ତି କରିବାକୁ ବା ସାଙ୍ଗ ହେବାକୁ ଚାହାଁନ୍ତି ତେବେ ତାଙ୍କୁ ଆପଣ ହଳଦିଆ ଗୋଲାପ ଦେଇପାରିବେ । ରୋଜ ଡେ ଦିନ ଆପଣ ସାଙ୍ଗକୁ ହଳଦିଆ ଗୋଲାପ ଦେଇ ଏହି ଦିନଟିକୁ ପାଳନ କରିପାରିବେ ।

ଧଳା ଗୋଲାପ: ସରଳତା, ଶାନ୍ତି ଓ ସୁଦ୍ଧତାର ପ୍ରତୀକ ହେଉଛି ଧଳା ଗୋଲାପ । ଯଦି କେହି ପ୍ରିୟଜନ ଆପଣଙ୍କ ଉପରେ ରାଗିଛନ୍ତି ତେବେ ତାଙ୍କୁ ମନେଇବା ବା ବୁଝାଇବା ପାଇଁ ଧଳା ଗୋଲାପ ଦିଅନ୍ତୁ ।

ଗୋଲାପି ରଙ୍ଗର ଗୋଲାପ: ଗୋଲାପ ରଙ୍ଗ ପ୍ରଶଂସା ଓ ଖୁସୀର ପ୍ରତୀକ ବୋଲି କୁହାଯାଏ । ଯଦି ଆପଣ ଅନ୍ୟକୁ ପ୍ରଶଂସା କରିବାକୁ ଚାହୁଁଛନ୍ତି ତେବେ ଗୋଲାପି ରଙ୍ଗର ଗୋଲାପ ଦେଇପାରିବେ । ଏହା ସହ ଗୋଲାପ ରଙ୍ଗର ଗୋଲପ ସାଥୀଙ୍କୁ ଦେଇ ତାଙ୍କ ମନରେ ଖୁସୀ ଆଣିପାରିବେ ।

ନାରଙ୍ଗି ଗୋଲାପ: ନାରଙ୍ଗି ଗୋଲାପ ଆପଣଙ୍କ ଦୃଢଇଚ୍ଛା ଶକ୍ତି ଓ ଉତ୍ସାହକୁ ଦର୍ଶାଇଥାଏ । ଯାହାକୁ ଆପଣ ବହୁତ ଭଲ ପାଉଛନ୍ତି ତାଙ୍କ ଏହି ରଙ୍ଗର ଗୋଲାପ ଦେଇ ପାରିବେ ।

ବାଇଗଣୀ ଗୋଲାପ: ଏହି ରଙ୍ଗର ଗୋଲାପ ସାଧାରଣତଃ ମିଳେ ନାହିଁ । ଯାହାକୁ ପ୍ରଥମ ଦେଖାରେ ଆପଣ ଭଲ ବସିଛନ୍ତି, ତାଙ୍କୁ ଆପଣ ବାଇଗଣୀ ରଙ୍ଗର ଗୋଲାପ ଦେଇପାରିବେ ।

ପିଚ୍ ଗୋଲାପ: ଯଦି କାହାର ସୁନ୍ଦରତା ଓ ନର୍ମତାର ସମ୍ମାନ କରିବାକୁ ଚାହାଁଛନ୍ତି ତେବେ ତାଙ୍କୁ ପିଚ୍ ରଙ୍ଗର ଗୋଲାପ ଦେଇ ଖୁସୀ କରି ପାରିବେ । ଯଦି ସେ ଅପଣଙ୍କ ପ୍ରଥମ ପ୍ରେମ ଏବଂ ନାଲି ରଙ୍ଗର ଗୋଲାପ ଦେବାକୁ କୁଣ୍ଠାବୋଧ କରୁଛନ୍ତି ତେବେ ପିଚ୍ ଗୋଲାପ ଦିଅନ୍ତୁ ।

Leave A Reply