ବଜ୍ରାଘାତରେ ସଂକୀର୍ତ୍ତନ ଗୁରୁଙ୍କ ମୃତ୍ୟୁ

0

ବଣେଇ: ସୁନ୍ଦରଗଡ ଜିଲା ବଣେଇ ବ୍ଳକ୍ ଅନ୍ତର୍ଗତ ଟିକାୟତ ପାଲି ଥାନା ଅଧୀନ ବାସୁଡିହ ବିଲମାଳରେ ବଜ୍ରାଘାତରେ ଜଣେ ସଂକୀର୍ତ୍ତନ ଗୁରୁଙ୍କ ମୃତ୍ୟୁ ଘଟିଛି । ମୃତକ ନାମ ହେଲା ପ୍ରହ୍ଲାଦ ମହାକୁଳ(୪୮)। ଗତକାଲି ସନ୍ଧ୍ୟାରେ ଅନ୍ୟ ଏକ ଗାଁକୁ ସଂକୀର୍ତ୍ତନ କରିବାକୁ ଯାଇଥିଲେ ।  ସଂକୀର୍ତ୍ତନ ସାରି ସେ ଘରକୁ ଫେରୁଥିବା ବେଳେ ବଜ୍ରାଘାତ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଟିକାୟତ ପାଲି ପୁଲିସ ପହଞ୍ଚି ବଣେଇ ଉପଖଣ୍ଡ ଚିକତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।

Leave A Reply