ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସବ

0

ସୁଆଣ୍ଡୋ : ଖୋର୍ଦ୍ଧା ଜିଲା ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବକ୍ରେଶ୍ଵର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ରବିବାର ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୧୬ଟି ପଞ୍ଚାୟତର ୨୫୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ୧୭ଟି ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା । ପ୍ରତିବନ୍ଧି କଲ୍ୟାଣ ସମିତି ଓ ଗୋପବନ୍ଧୁ ସ୍ମୃତିପରିଷଦ ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇଯାଇଛି। ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ପ୍ରଫେସର ସୁବୋଧ କୁମାର ସାହୁ ଯୋଗ ଦେଇଥିଲେ । ବଳଭଦ୍ର ସାହୁ ଓ ଶ୍ୟାମଳେନ୍ଦୁ ଜାନା ଖେଳ ପରିଚାଳନା କରିଥିଲେ । ସ୍ମୃତିପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସ ସଭାରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଡ ସାହୁଙ୍କୁ ଉତ୍ତରୀୟ ଉତ୍କଳମଣିଙ୍କ ଫଟୋଚିତ୍ର ପୁସ୍ତକ ପୁଷ୍ପଗୁଚ୍ଛ ଦେଇ ସଭାପତି ସମ୍ବର୍ଦ୍ଧିତ କରାଯାଇଥିଲା।

Leave A Reply