ଭୂଗର୍ଭରେ ଲୁଚି ରହିଛି ବିପୁଳ ହୀରା

0

ୱାଶିଂଟନ୍‍: ଭୂପୃଷ୍ଠର ଅତଳ ଗର୍ଭରେ ଲୁଚି ରହିଛି କୋଟି କୋଟି ଟନ୍‍ ହୀରା। ଏହି ରହସ୍ୟ ଏବେ ଉନ୍ମୋଚନ କରିଛନ୍ତି ମାସାଚୁସେଟ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍‍ନୋଲଜିର ଏକ ଗବେଷକ ଦଳ।
ଗବେଷକଙ୍କ ସୂଚନା ଅନୁଯାୟୀ, ଭୂଗର୍ଭରେ ଯେତିକି ପରିମାଣର ହୀରା ରହିଛି ତାହା ମାନବର ପୂର୍ବ ଆକଳନ ଓ କଳନାର ବହୁ ଊଦ୍ଧ୍ୱର୍ରେ। ସେଠାରେ ଥିବା ହୀରାର ପରିମାଣ ୧ ଲକ୍ଷ କୋଟିର ହଜାରେ ଗୁଣରୁ ମଧ୍ୟ ଅଧିକ ହେବ। କିନ୍ତୁ ସେହି ହୀରା ପାଖରେ ମଣିଷ ପହଞ୍ଚିବା ଏତେ ସହଜ ନୁହେଁ। କାରଣ ଭୂପୃଷ୍ଠରୁ ୨୪୦ କିମି ତଳେ ହୀରା ରହିଥିବା ଅନୁମାନ କରାଯାଉଛି।
ଭୂପୃଷ୍ଠରେ ଶବ୍ଦ ତରଙ୍ଗର ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଗବେଷଣା କରିବା ବେଳେ ଗବେଷକମାନେ ଏହି ରହସ୍ୟ ଉନ୍ମୋଚନ କରିବାରେ ସକ୍ଷମ ହୋଇଛନ୍ତି।

Leave A Reply