ଟଙ୍କା ଓ ଏଟିଏମ ମେସିନ ଲୁଟ ମାମଲାରେ ଲୁଟେରା ଗିରଫ

0

ଧର୍ମଗଡ: ଧର୍ମଗଡ ସହରର ଦୁଇ ଦୁଇଟି ଏଟିଏମ ଲୁଟ ମାମଲାରେ ପୁଲିସକୁ ସଫଳତା ମିଳିଛି। ଏହି କାରବାରରେ ସଂପୃକ୍ତ ଥିବା ରାଜ୍ୟ ବାହାରର କିଛି ଲୁଟେରାଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ସଂପୃକ୍ତ ହରିୟାଣାର ଏକ ଲୁଟେରା ଦଳକୁ ପୁଲିସ ଗିରଫ କରିଥିବା ଜଣାପଡିଛି। ପୁଲିସ ଗତ ୪ତାରିଖ ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ ଧର୍ମଗଡ ସ୍ଥିତ ଆଇଓବି ଏଟିଏମ କାଉଣ୍ଟରରେ ଥିବା ଟଙ୍କା ଲୁଟ ସହ ମେସିନକୁ ମଧ୍ୟ ଉଠେଇନେଇଥିଲେ। ସେହିଦିନ ସେମାନେ ଏସବିଆଇର ଏକ ଏଟିଏମ କାଉଣ୍ଟରକୁ ମଧ୍ୟ ଲୁଟ କରିବାକୁ ପ୍ରୟାସ କରିଥିଲେ। ହେଲେ ସେଥିରେ ବିଫଳ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯିବାବେଳେ ଡକାୟତ ଦଳ ଫେରାର ମାରିଥିଲେ। କଳାହାଣ୍ଡି ଏସପି ଓ ଧର୍ମଗଡ ଡିଏସପିଙ୍କ ନେତୃତ୍ୱରେ ପୁଲିସ ଦୁଇଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ତଦନ୍ତରେ ପୁଲିସକୁ ଖୁବ ଶୀଘ୍ର ସଫଳତା ମିଳଛି।

Leave A Reply