ଦୀପାବଳି ଅବସରରେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭକାମନା

0

ନୂଆଦିଲ୍ଲୀ/ଭୁବନେଶ୍ବର : ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ପାରମ୍ପରିକ ଆନନ୍ଦ ଉତ୍ସାହ ମଧ୍ୟରେ ସାରା ଦେଶରେ ପାଳନ କରାଯାଉଛି। ଏହି ଉତ୍ସବ ଅବସରରେ ଲୋକେ ମନ୍ଦିର, ସାଧାରଣ ସ୍ଥାନ ଏବଂ ନିଜ ନିଜର ଘରକୁ ଆଲୋକମାଳାରେ ସୁସଜ୍ଜିତ କରିଛନ୍ତି। ଗତକାଲିଠାରୁ ମାଆ କାଳୀଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ଆଜି ଲୋକେ ଧନ ଏବଂ ଐଶ୍ୱର୍ଯ୍ୟର ଦେବୀ ଲକ୍ଷ୍ମୀକୁ ଆରାଧନା କରୁଛନ୍ତି। ଏହି ପର୍ବ ଗତକାଲି ତାମିଲନାଡ଼ୁ ଓ କର୍ଣ୍ଣାଟକରେ ପାଳନ କରାଯାଇଥିବାବେଳେ ଆଜି ଦେଶବ୍ୟାପୀ ପାଳନ କରାଯାଉଛି।
ଏହି ଅବସରରେ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଦେଶ ତଥା ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ଦୁର୍ଗମ ସୀମାନ୍ତ ଘାଟି ହର୍ଶିିଲରେ ଭାରତୀୟ ସେନା ଓ ଇଣ୍ଡୋ-ତିବ୍ଦତ ସୀମା ସୁରକ୍ଷା ବଳ ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି।
ଦୀପାବଳି ଅବସରରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। “ଶୁଭ ଦୀପାବଳି ! ଏହି ପର୍ବ ସମସ୍ତଙ୍କ ଜୀବନରର ସୁଖ, ସମୃଦ୍ଧି ଏବଂ ଶାରୀରକି ସୁସ୍ଥତା ଭରିଦେଉ । ଶୁଭ ଏବଂ ଆଲୋକର ଶକ୍ତି ସବୁ ବେଳେ ପ୍ରକାଶତି ହେଉ,” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ।
ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଦୀପାବଳି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ବାର୍ତ୍ତାରେ ଶ୍ରୀ କୋବିନ୍ଦ କହିଛନ୍ତି, ଦୀପାବଳି ସମସ୍ତଙ୍କ ମଧ୍ୟରେ ଏକତା ଓ ଭ୍ରାତୃଭାବ ଜାଗ୍ରତ କରିବାର ଏକ ସୁଯୋଗ ଆଣିଥାଏ। ଉପ-ରାଷ୍ଟ୍ରପତି ଶ୍ରୀ ନାଇଡୁ କହିଛନ୍ତି, ଦୀପାବଳି ଅସତ୍ୟ ଉପରେ ସତ୍ୟର ବିଜୟ ସୂଚାଇବା ସହ ପ୍ରଭୁ ରାମଚନ୍ଦ୍ରଙ୍କ ଉତ୍ତମ ଗୁଣ ଉପରେ ବିଶ୍ୱାସ ଦୃଢ଼ୀଭୂତ କରିଥାଏ।
ଆଲୋକର ପର୍ବ ଦୀପାବଳିର ଶୁଭ ଅବସରରେ ଓଡ଼ିଶାର ରାଜ୍ୟପାଳ ଗଶେଶୀ ଲାଲ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାକୁ ସଂମ୍ପୂର୍ଣ୍ଣ ସାକ୍ଷର, ସମୃଦ୍ଧ ଏବଂ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବାକୁ ସଂପଳ୍ପବଦ୍ଧ ହେବାକୁ କହିଛନ୍ତି।

Leave A Reply