ଏପରି ମନ୍ଦିର ଯେଉଁଠି ପାଣି ଦ୍ୱାରା ଜଳିଥାଏ ଦୀପ

0

ଆମେ ସମସ୍ତେ ମନ୍ଦିର କିମ୍ବା ଘରେ ପୂଜା ସମୟରେ ଘିଅରେ ଦୀପ ପ୍ରଜ୍ୱଳିତ କରିଥାଉ। କିନ୍ତୁ ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠି ଦୀପ ଜଳାଇବା ପାଇଁ ତେଲ କିମ୍ବା ଘିଅର ବ୍ୟବହାର କରାଯାଇ ନଥାଏ। ପାଣି ଦ୍ୱାରା ଦୀପ ଜଳାଯାଇଥାଏ। ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ। ମଧ୍ୟପ୍ରଦେଶର ଗଡିଆଘାଟ ମାତାଜୀଙ୍କ ମନ୍ଦିରରେ ଏପରି ଅଲୌକିକ ଘଟଣା ଦେଖିବାକୁ ମିଳିଥାଏ। କାଳିସିଦ୍ଧ ନଦୀ ନିକଟରେ ଏହି ମନ୍ଦର ରହିଛି। ଏହି ମନ୍ଦିରରେ ଦୀପ ଜଳାଇବା ପାଇଁ ତେଲ ଦରକାର ହୋଇ ନଥାଏ, ପାଣି ଦ୍ୱାରା ଏଠାରେ ଦୀପ ଜଳିଥାଏ। ଏହି ଅଲୌକିକ ଘଟଣାକୁ ଦେଖିବା ପାଇଁ ବହୁ ଦୂରରୁ ଅନେକ ଲୋକଙ୍କ ସମାଗମ ହୋଇଥାଏ। ପୂର୍ବରୁ ୫୦ବର୍ଷ ଠାରୁ ଏହି ମନ୍ଦିରରେ ପାଣି ଦ୍ୱାରା ଦୀପ ଜଳାଯାଉଛି। ଏହି ନଦୀର ପାଣିରେ ଦୀପ ଜଳାଯାଇଥାଏ:
ମାଲବା ଜିଲାର ତହସିଲ ନଳଖଣ୍ଡା ଠାରୁ ୧୫କିଲୋମିଟର ଦୂର ଗଡିଆ କାଳିସିଦ୍ଧ ନଦୀ ନିକଟରେ ଏହି ମନ୍ଦିର ଅବସ୍ଥିତ। ମନ୍ଦିରର ପୂଜକଙ୍କ କହିବା ଅନୁଯାୟୀ, ଏହି ମନ୍ଦିରରେ ପୂର୍ବରୁ ତେଲରେ ଦୀପ ଜଳାଯାଉଥିଲା। କିନ୍ତୁ ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ସେହି ମନ୍ଦିରର ଦେବୀ ସ୍ୱପ୍ନ ଦ୍ୱାରା ପାଣିରେ ଦୀପ ଜଳାଇବାକୁ କହିଥିଲେ। ସକାଳୁ ଉଠି ପୂଜକ କାଳିସିଦ୍ଧ ନଦୀର ପାଣି ଆଣି ଦୀପରେ ଭର୍ତ୍ତି କରି ଦୀପ ଜଳାଇବାରୁ ତାହା ଜଳିଥିଲା। ଏପରି ହେବା ଦ୍ୱାର ପୂଜକ ନିଜେ ଅତ୍ୟନ୍ତ ଡରି ଯାଇଥିଲେ। ପ୍ରାୟ ୧ମାସ ପର୍ଯ୍ୟନ୍ତ କାହାକୁ ସେ ଏହି ଘଟଣା ବିଷୟରେ ଜଣାଇଥିଲେ। କିଛି ଦିନ ପରେ ସେ ଏହି ଅଲୌକିକ ଘଟଣା ବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କ କଥାକୁ କେହି ବିଶ୍ୱାସ କରି ନଥିଲେ। ଗ୍ରାମବାସୀମାନେ ନିଜେ ଦୀପରେ ପାଣି ଭର୍ତ୍ତି କରି ଜଳାଇଥିଲେ। ତାହା ଜଳିବାରୁ ଗ୍ରାମବାସୀମାନେ ପୂଜକଙ୍କ କଥାକୁ ବିଶ୍ୱାସ କରିଥିଲେ।ସେହିଦିନ ଠାରୁ ଏହି ଅଲୌକିକ ଘଟଣା ପରେ ସମସ୍ତେ କାଳିସିଦ୍ଧ ନଦୀର ପାଣିରେ ଦୀପ ଜଳାଉଛନ୍ତି। ଏହାକୁ ଦେବୀଙ୍କ ଚତ୍ମକାରିତା ବୋଲି କୁହାଯାଉଛି। ସେଠାକାର ଗ୍ରାମବାସୀମାନେ କହିଛନ୍ତି ଯେ, ଯେତେବେଳେ ସେମାନେ ଦୀପରେ ପାଣି ଢାଳନ୍ତି ତାହା ସଙ୍ଗେ ସଙ୍ଗେ ଏକ ବହଳିଆ ପଦାର୍ଥରେ ପରିଶତ ହୋଇଯାଏ। ଏବଂ ଦୀପ ଲଗାଇଲେ ଜଳି ଉଠେ।ପାଣିରେ ଜଳୁଥିବା ଦୀପ ବର୍ଷାଦିନେ ଜଳେ ନାହିଁ:
ପାଣିରେ ଜଳୁଥିବା ଦୀପ ବର୍ଷାଦିନେ ଜଳେ ନାହିଁ। କାରଣ ବର୍ଷାଦିନେ କାଳିସିଦ୍ଧ ନଦୀର ପାଣି ବଢିଯାଇଥାଏ। ଯାହାଦ୍ୱାରା ମନ୍ଦର ମଧ୍ୟ ବାଣିରେ ବୁଡି ରହିଥାଏ। ତେଣୁ ସେହି ସମୟରେ ପୂଜା କରିବା ସମ୍ଭବ ହୋଇ ନଥାଏ। ତାପରେ ସେପ୍ଟେମ୍ବର-ଅକ୍ଟୋବର ମାସରେ ଶାରଦୀୟ ନବରାତ୍ରୀର ପୂର୍ବଦିନ ଘଟ ସ୍ଥାପନା ସମୟରେ ପୁନଶ୍ଚ ପାଣି ଦ୍ୱାରା ଦୀପ ଜଳାଯାଇଥାଏ।

Leave A Reply