କେନ୍ଦ୍ରାପଡ଼ାରେ ଡ଼େଙ୍ଗୁ ଆତଙ୍କ, ଲୋକେ ଭୟଭୀତ

0

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ କାଳିକାପୁର ଗାଁରେ ଡ଼େଙ୍ଗୁର ଆତଙ୍କ ସୃଷ୍ଟି ହୋଇଛି। ଗାଁର ପ୍ରାୟ ୮ ଜଣ ବ୍ୟକ୍ତି ଡ଼େଙ୍ଗୁ ଜ୍ୱରରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁଯାୟୀ, ଗାଁରେ ଥିବା ଖଇଁଚିରା ନାଳ ଅବରୋଧ ହେବାରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜଳ ଦୂଷିତ ହେଉଛି। ଫଳରେ ମଶାଙ୍କ ଉପଦ୍ରବ ଆରମ୍ଭ ହୋଇ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରାପଡ଼ା ଜିଲାପାଳ ଜଣାଇଛନ୍ତି।

Leave A Reply