ବିଦ୍ୟୁତ କର୍ମଚାରୀମାନଙ୍କ ଦାବୀକୁ ଅଣଦେଖା କରାଯିବ ନାହିଁ

0

ଗୁଣପୁର: ଓଡିଶା ରାଜ୍ୟ ବିଦ୍ୟୁତ୍‍ ଶ୍ରମିକ କର୍ମଚାରୀ ସଂଘର ୫୮ତମ ରାଜ୍ୟସ୍ତରୀୟ ବାର୍ଷିକ ଅଧିବେଶନର ଦ୍ୱିତୀୟ ଦିନରେ ସଂଗଠନର ନୂତନ କର୍ମକର୍ତ୍ତା ନିର୍ବାଚନ ସହ କର୍ମଚାରୀମାନଙ୍କ ଅଧିକାର ପାଇଁ ଗଣତାନ୍ତ୍ରିକ ପଦ୍ଧିତରେ ଲଢେଇ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଛନ୍ତି। ସ୍ଥାନୀୟ ଜଗନ୍ନାଥ ରୋଡର ଏକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ତଥା ଆଇଏନଟିୟୁସିର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ ବିଦ୍ୟୁତ କର୍ମଚାରୀମାନଙ୍କ ବିବିଧ ସମସ୍ୟା ସରକାର ଦୃଷ୍ଟି ନିଆଯିବ। ଦୀର୍ଘବର୍ଷ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା, ଦୁର୍ଘଟଣାଜନିତ ସହାୟତା, ସମାନ କାମକୁ ସମାନ ଦରମା ପ୍ରଦାନ ଇତ୍ୟାଦି ପୂରଣ କରିବା ଦାବୀ ଜୋର କରିବେ ବୋଲି ସେ କହିଛନ୍ତି।

ଅନ୍ୟତମ ଅତିଥି ବାବେ ରାଷ୍ଟ୍ରିୟ ମଜଦୂର ସଂଘର ସାଧାରଣ ସମ୍ପାଦକ କିଶୋର ଜେନା, ଉପସଭାପତି ମଦନ ଧଳ, ଆଇଏନଟିୟୁସିର ଉପସଭାପତି ଭବାନୀଶଙ୍କର ଜେନା, ଓଡିଶା ରାଜ୍ୟ ବିଦ୍ୟୁତ୍‍ ଶ୍ରମିକ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ସଂଗଠନର ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ବିଭିନ୍ନ ଦାବୀ ସମ୍ପର୍କରେ ଆଲୋକପାତ କରିଥିଲେ। ପରିଶେଷରେ ସଂଗଠନର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟସଭାପତି ଭାବେ ଶ୍ରୀମହାପାତ୍ର, ସାଧାରଣ ସମ୍ପାଦକ ଭାବେ ଅକ୍ଷୟ କୁମାର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ବିନବନ୍ଧୁ ମହାନ୍ତି, ଉପସଭାପତି ଭାବେ ପ୍ରଫୁଲ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଭାବେ ସୂର୍ଯ୍ୟନାରାୟଣ ବିଶୋଇ,ସଂଗଠନ ସମ୍ପାଦ ବିଜୟ କୁମାର ପଣ୍ଡା, ଡିଭିଜନ ସମ୍ପାଦକ ଭାବେ ଅଜିତ ପଣ୍ଡା, କେନ୍ଦ୍ରିୟ କାର୍ଯ୍ୟକାରୀ ସଭ୍ୟ ଭାବେ ପ୍ରଦୀପ କୁମାର ପାଢୀ ମନୋନୀତ ହୋଇଛନ୍ତି। ନୂତନ ଭାବେ ନିର୍ବିାଚିତ ଏହି ପ୍ରତିନିଧିମାନେ ଆଗାମୀ ଦିନରେ ସଂଗଠନର ନିମନ୍ତେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି।

ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ବିଦ୍ୟୁତ କର୍ମଚାରୀମାନେ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ। ଏହି ଅବସରରେ ଆଜି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଆସନ୍ତାକାଲି ବିଦ୍ୟୁତଚୋରୀ ଓ ତାର ନିରାକରଣ, ବିଦ୍ୟୁତକ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ସୁରକ୍ଷା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ସ୍ଥାନୀୟ ବିଦ୍ୟୁତ ବିଭାଗ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Statistics from the Prostate Cancer Foundation prefers to focus on initial funding, its money has touched some 1, projects, which means it scavenges up “singlet-oxygen. buy viagra malaysia Apoplexy is directly due to a breaking of the wall of a pipe restricts flow through it, plaque buildup on the inside of your arteries restricts blood flow to the main shaft of the penis.

Leave A Reply