କର୍କଟ ରୋଗ ପାଇଁ ଡାକ୍ତରଖାନା ଦାବିରେ ଚକାବନ୍ଦ ଆନ୍ଦୋଳନ

0

ବରଗଡ : ବରଗଡରେ କର୍କଟ ରୋଗ ପାଇଁ ଏକ ଅତ୍ୟାଧୁନିକ ଡାକ୍ତରଖାନା ଦାବି କରି ପାଞ୍ଚ ଘଣ୍ଟିଆ ଚକାବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ମଙ୍ଗଳବାର ଦିନ ବରଗଡ ଜାତୀୟ ରାଜପଥର ରାଜପଥର ବରାହଗୋଡା ଠାରେ ଏହି ଆନ୍ଦୋଳନ କରାଯାଇଛି। ଦିନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ କରାଯିବ। ୟୁନାଇଟେଡ୍ ଫୋରମ ଫର ବରଗଡ଼ ତରଫରୁ ଦିଆଯାଇଥିବା ଏହି ଆନ୍ଦୋଳନରେ ସମସ୍ତ ରାଜନୈତିକ ଦଳ, ସାମାଜିକ ଅନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ ସାମିଲ ହୋଇଛନ୍ତି । ବରାହଗୋଡା ଠାରେ ଥିବା ଅଶୋକା ଟୋଲ ଗେଟ ଠାରେ ହଜାର ହଜାର ଅଞ୍ଚଳବାସୀ ଜମା ହୋଇ କର୍କଟ ଡାକ୍ତରଖାନା ପ୍ରତିଷ୍ଠା ଦାବି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Leave A Reply