ସାମ୍ବିଧାନିକ ଉଚ୍ଚପଦାଧିକାରୀଙ୍କ ଯାନ ପଞ୍ଜିକୃତ ହେବା ଆବଶ୍ୟକ : ଦିଲ୍ଲୀ ହାଇକୋର୍ଟ

0

ନୂଆଦିଲ୍ଲୀ : ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳଙ୍କ ଭଳି ସାମ୍ବିଧାନିକ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ଯାନବାହନ ନିଶ୍ଚିତ ପଞ୍ଜିକୃତ ହେବା ଆବଶ୍ୟକ ବୋଲି ଦିଲ୍ଲୀ ହାଇକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପଞ୍ଜିକୃତ ନମ୍ବରପ୍ଲେଟ୍‍ ନ ମାରି କେବଳ ଜାତୀୟ ପ୍ରତୀକ ପ୍ରଦର୍ଶନ କରୁଥିବାରୁ ସାମ୍ବିଧାନିକ ପଦସ୍ଥ ଅଧିକାରୀମାନଙ୍କ ଗାଡ଼ି ସହଜରେ ଚିହ୍ନଟ କରାଯାଇପାରୁଛି। ଏହାଦ୍ୱାରା ଆତଙ୍କବାଦୀ ଅଥବା ଯେକୌଣସି ଅସାମାଜିକ ଲୋକ ଏହି ଅଧିକାରୀଙ୍କ ଉପରେ ଆକ୍ରମଣ କରିବା ସହଜ ବୋଲି ଦର୍ଶାଇ ୨୦୧୭ ଡିସେମ୍ବରରେ ଏକ ଅଣ-ସରକାରୀ ସଂସ୍ଥା ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ ହୋଇଥିଲା। ଏହାର ଶୁଣାଣି ବେଳେ କେନ୍ଦ୍ର ସରକାର କହିଛନ୍ତି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ, ଉପରାଜ୍ୟପାଳଙ୍କ ଗାଡି ପଞ୍ଜୀକରଣ ହୋଇଛି କି ନାହିଁ ତାହା ନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗତ ମାର୍ଚ୍ଚ ମାସରେ କୁହାଯାଇଛି। ଏହା ପୂର୍ବରୁ ଏ ସମ୍ବନ୍ଧରେ ସମସ୍ତ ସାମ୍ବିଧାନିକ ଉଚ୍ଚ ପଦାଧିକାରୀଙ୍କ କାର୍ଯ୍ୟାଳୟକୁ ଜାନୁଆରୀ ୨ରେ ଚିଠି ଲେଖାଯାଇଥିଲା।

Leave A Reply