ମାତ୍ର ୧୨ଘଣ୍ଟାରେ ମୁମ୍ବଇରୁ ଦିଲ୍ଲୀ

0

ନୂଆଦିଲ୍ଲୀ: ଖୁବ୍‍ ଶୀଘ୍ର ମୁମ୍ବଇରୁ ଦିଲ୍ଲୀ ମାତ୍ର ୧୨ଘଣ୍ଟାରେ ଗମନାଗମନ କରାଯାଇ ପାରିବ। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କ ଦ୍ୱାରା ଚଳିତ ବର୍ଷର ଶେଷ ସୁଧା ଦେଶର ଅର୍ଥନୈତିକ ରାଜଧାନୀକୁ ରାଷ୍ଟ୍ରୀୟ ରାଜଧାନୀକୁ ଯୋଡ଼ାଯିବାର ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଯିବ। ମୁମ୍ବଇ- ଦିଲ୍ଲୀ ଏକ୍ସପ୍ରେସ ହାଇୱେର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଚଳିତ ବର୍ଷର ଶେଷ ସୁଧା ଆରମ୍ଭ ହୋଇଯିବ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପରିବହନ ବିଭାଗ ପକ୍ଷରୁ ୧ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହାକୁ ସମ୍ପୂର୍ଣ୍ଣ ହେବାକୁ ୨ବର୍ଷ ୬ମାସ ସମୟସୀମା ଧାର୍ଯ୍ୟ କରାଯାଇଛି।

Leave A Reply