ଦିଲ୍ଲୀ ଦୂରଦର୍ଶନ ଭବନରେ ଅଗ୍ନିକାଣ୍ଡ

0

ନୂଆଦିଲ୍ଲୀ: ମୁମ୍ବଇ ପରେ ଦିଲ୍ଳୀ ଦୂରଦର୍ଶନ ଭବନରେ ଅଗ୍ନିକାଣ୍ଡ ଘଟିଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ମୁତୟନ କରାଯାଇଛି। ନୂଆଦିଲ୍ଲୀ ମଣ୍ଡି ହାଉସ ଅଞ୍ଚଳରେ ଅବସ୍ଥିତ ଦୂରଦର୍ଶନ ଭବନର ଶୀତତାପ ନିୟନ୍ତ୍ରଣ ଚ୍ୟାମ୍ବରରେ ଏହି ଅଗ୍ନିକାଣ୍ଡ ଘଟିଛି। କିଛି ସମୟ ମଧ୍ୟରେ ଅଗ୍ନିଶମ ବିଭାଗ ପକ୍ଷରୁ ଏହାକୁ ଆୟତ୍ତ କରାଯାଇ ପାରିଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply