ଦୀପାବଳିର ଐତିହାସିକ ଓ ପାରମ୍ପରିକ ବିଷୟବସ୍ତୁ

0

ଆଲୋକର ପର୍ବ ଦୀପାବଳି । ପୁର ପଲ୍ଲୀରେ ସମେସ୍ତ ଦୀପାବଳି ପର୍ବ ବଡ ଧୁମଧାମରେ ପାଳନ କରିଥାଆନ୍ତି । ମିଠା ଓ ପିଠା ସହ ରଙ୍ଗ ବେରଙ୍ଗ ଆଲୋକ ମାଳ ଓ ବାଣ ଦୀପାବଳିର ମଜାକୁ ଦୁଇ ଗୁଣ କରିଥାଏ । ହେଲେ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କିମାରେ ଆମେ ଦୀପାବଳି କାହିଁକି ପାଳନ କରୁ । କ’ଣ ରହିଛି ଏହା ପଛର କାରଣ ।

କିମ୍ବଦନ୍ତୀ ଅନୁଯାୟୀ ଦୀପାବଳି ଦିନ ଅଯୋଧ୍ୟାର ରାଜ ରାମ ଲଙ୍କାର ଅତ୍ୟାଚାରୀ ରାଜା ରାବଣଙ୍କୁ ବଦ୍ଧ କରି ଅଯୋଧ୍ୟାକୁ ଫେରିଥିଲେ । ରାମଙ୍କ ଫେରିବା ଖୁସିରେ ଦିପାବଳୀ ପର୍ବ ପାଳନ କରାଯାଏ । ହେଲେ ଦିପାବଳୀ ପାଳନର ଏହା ଗୋଟିଏ କାରଣ ନୁହେଁ । ଏଭଳି ଅନେକ ପୌରାଣିକ କାରଣ ରହିଛି ଯାହା ଦ୍ବାରା ଦେଶରେ ଦୀପାବଳି ପର୍ବ ଅତି ଆଡମ୍ବର ସହ ପାଳନ କରାଯାଏ । ତେବେ ଆସନ୍ତୁ ଜାଣିବା ଏହି ସବୁ ଐତିହାସିକ ଓ

ନିଜ ରାଜ୍ୟକୁ ଫେରିଥିଲେ ପାଣ୍ଡବ: ମହାଭାରତ କାହାଣୀ ଅନୁଯାୟୀ ମାମୁଁ ଶକୁନୀର ପସାପାଲ୍ଲୀ ଖେଳରେ ଫଶି ପଞ୍ଚୁ-ପାଣ୍ଡବ ସର୍ବହରା ହୋଇଥିଲେ । ଏହା ସହ ସେମାନଙ୍କୁ ରାଜ୍ୟ ଛାଡି ୧୩ ବର୍ଷ ପାଇଁ ବନବାସ ଯିବାକୁ ପଡିଥିଲା। ଏହି କାର୍ତ୍ତିକ ମାସ ଅମାବାସ୍ୟ ଦିନ ପଞ୍ଚୁ-ପାଣ୍ଡବ ଯୁଧିଷ୍ଠରୀ, ଭୀମ, ଅର୍ଜୁନ, ନକୁଳ ଓ ସହଦେବ ନିଜ ରାଜ୍ୟକୁ ଫେରିଥିଲେ । ରାଜ୍ୟବାସୀ ପଞ୍ଚୁ ପଣ୍ଡବଙ୍କ ଫେରିବା ଖୁସିରେ ଦୀପ ଜଳାଇ ଉତ୍ସବ ପାଳନ କରିଥିଲେ । ଏହା ମଧ୍ୟ ଦୀପାବଳି ପାଳନ ମୁଖ୍ୟ କାରଣ ଅଟେ ।

ରାଜା ବିକ୍ରମାଦିତ୍ୟଙ୍କ ରାଜ୍ୟାଭିଷେକ: ରାଜା ବିକ୍ରମାଦିତ୍ୟ ପ୍ରାଚୀନ ଭାରତର ଏକ ମହାନ ସମ୍ରାଟ ଥିଲେ। ତାଙ୍କୁ ଆଦର୍ଶ ରାଜା ମଧ୍ୟ କୁହାଯାଏ । ତାଙ୍କର ଉଦାରତା, ସାହସ, ବିଦ୍ବାନ୍ ଗୁଣ ଯୋଗୁଁ ରାଜ୍ୟବାସୀଙ୍କ ହଦୟରେ ସ୍ଥାନ ସୃଷ୍ଟି କରିଥିଲେ । କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ରାଜା ବିକ୍ରମାଦିତ୍ୟଙ୍କ ରାଜ୍ୟାଭିଷେକ ହୋଇଥିଲା।

ପୌରାଣିକ କାରଣ ବିଷୟରେ-

ନରକାସୁରଙ୍କୁ ବଦ୍ଧ କରିଥିଲେ ଶ୍ରୀକୃଷ୍ଣ: ଦୀପାବଳିର ଗୋଟିଏ ଦିନ ପୂର୍ବରୁ ରାକ୍ଷାସ ନରକାସୁର ୧୬ ହଜାର ମହିଳାଙ୍କୁ ଅପହରଣ କରିନେଇଥିଲା । ଦୀପାବଳି ଦିନ ଭଗବାନ ଶ୍ରୀ କୃଷ୍ଣ ନରକାସୁରକୁ ବଦ୍ଧ କରି ସବୁ ମହିଳାଙ୍କୁ ମୁକ୍ତ କରିଥିଲେ । ସେହି ଦିନ ଠାରୁ କୃଷ୍ଣ ଭକ୍ତିଧାରା ଲୋକେ ଏହି ଦିନଟିକୁ ଦୀପାବଳି ଭାବରେ ପାଳନ କରନ୍ତି ।

ଧନତେରାସ୍‌ ଓ  ଭଗବାନ ବିଷ୍ଣୁଙ୍କ ନରସିଂହ ରୂପ: ଏକ ପୌରାଣିକ ବିଷୟବସ୍ତୁ ଅନୂଯାୟୀ ଭଗବାନ ବିଷ୍ଣୁ ନରସିଂହ ରୂପ ଧାରଣ କରି ହିରଣ୍ୟକଶ୍ୟପଙ୍କୁ ବଦ୍ଧ କରିଥିଲେ । ଦକ୍ଷିଣ ଭାରତରେ  ଏହି ଦିନ ସମୁଦ୍ର ମନ୍ଥନ ସମୟରେ ଧନ୍ବନ୍ତରୀ ତଥା ଲକ୍ଷ୍ମୀ ପ୍ରକଟ ହୋଇଥିଲେ ।

 

ଆଲେଖ୍ୟ- ବୈ଼ଜୟନ୍ତୀ ନାୟକ

Leave A Reply