୫ଟି ମହାସାଗରର ଗଭୀରତମ ସ୍ଥାନ ଖୋଜିବେ ବୈଜ୍ଞାନିକ

0

ନ୍ୟୁୟର୍କ .- ବୈଜ୍ଞାନିକମାନେ ବିଶ୍ୱର ୫ଟି ମହାସାଗରରେ ଥିବା ଗଭୀରତମ ସ୍ଥାନ ନିରୂପଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରଶାନ୍ତ ମହାସାଗରରେ ଥିବା ମାରିଆନା ଖାତକୁ ବିଶ୍ୱର ଗଭୀରତମ ସ୍ଥାନ ବୋଲି ମାନ୍ୟତା ଦିଆଯାଇଛି । ମାତ୍ର ଏବେ ମହାସାଗରମାନଙ୍କର ଗଭୀରତମ ସ୍ଥାନ ନିରୂପଣ କରିବା ପାଇଁ ‘ ଫାଇଭ୍‌ ଡୀପ୍‌ ଏକ୍ସପେଡିସନ୍‌’ ଆରମ୍ଭ କରାଯାଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଯାନ ପ୍ରସ୍ତୁତ କରାଯାଇଛି । ଏଥିରେ ଦୁଇଜଣ ବ୍ୟକ୍ତି ଯାଇ ପାରିବେ । ଏମାନେ ମହାସାଗରର ଗଭୀରତମ ସ୍ଥାନକୁ ଯିବେ । ସେହିଠାରେ ଜଳସ୍ତରର ଚାପକୁ ମାପିବେ । ପ୍ରାୟ ୯ କିଲୋମିଟର ତଳେ ଏହି ଯାନ ଜଳସ୍ତରର ଚାପକୁ ମାପିବ । ଏହି ଯାନରେ ଯିବା ପାଇଁ ଦୁଇ ଜଣ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି ।

ମହାସାଗରେ ପ୍ରାୟ ୭୪ ହଜାର କିଲୋମିଟର ସ୍ଥାନରେ ଏହି ଗବେଷଣା କରାଯିବ । ୧୧ ମାସ ମଧ୍ୟରେ ଗବେଷଣା ସମାପ୍ତ ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି । ଗବେଷଣା ପାଇଁ ଯାନଟିକୁ ପ୍ରସ୍ତୁତ କରିବା ପାଇଁ ବୈଜ୍ଞାନିକମାନଙ୍କୁ ପ୍ରାୟ ୩ ବର୍ଷ ସମୟ ଲାଗିଥିଲା ।

ସମସ୍ତ ବିଷୟର ଭିଡିଓ ଗ୍ରାଫି କରାଯିବ ୨୦୧୯ ମସିହାରେ ଡିସକଭରୀ ଚ୍ୟାନେଲ୍‌ରେ ଏହାକୁ “ଡୀପ୍‌ ପ୍ଲାନେଟ୍‌” ନାମରେ  ପ୍ରସାରଣ କରାଯିବ ।

Leave A Reply