ବରିଷ୍ଠ ଆଇନଜୀବୀଙ୍କ ପରଲୋକ

0

ଭଦ୍ରକ : ବରିଷ୍ଠ ଆଇନଜୀବୀ ରାଖଲ ଦାସଙ୍କର ଶନିବାର ରାତିରେ ପରଲୋକ ହୋଇଛି। ମୃତ୍ୟୁ ସମୟରେ ତାଙ୍କୁ ୯୩ ବୟସ ହୋଇଥିଲା। ଦୀର୍ଘ ୬୦ ବର୍ଷ ଧରି ସେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ଭଦ୍ରକର ସାରଦା ବିହାର ଟ୍ରଷ୍ଟର ସେ ପ୍ରତିଷ୍ଠାତା ଅଟନ୍ତି। ଏହା ଛଡ଼ା ସେ ଅନ୍ୟାନ୍ୟ ବହୁ ପଦପଦବୀରରେ ମଧ୍ୟ ସ୍ଥାନ ଅଧିକାର କରିଥିଲେ। କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ଭୁବନେଶ୍ୱରର ଘରୋଇ ମେଡ଼ିକାଲରେ ସେ ଚିକିତ୍ସାଧୀନ ଥିଲେ। ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଛି।

Leave A Reply