ମହିଳାଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର

0

ବାଲେଶ୍ୱର: ଦକ୍ଷିଣ ପୂର୍ବ ରେଳପଥ ନିକଟରେ ଜଣେ ମହିଳାଙ୍କ କ୍ଷତବିକ୍ଷତ ଶବ ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲା ପାନପଣ ରେଳ ଷ୍ଟେସନ ନିକଟ ନୂଆପଡା ଲେବଲ କ୍ରସିଂ ପାଖରେ ଜଣେ ଅଚିହ୍ନା ମହିଳାଙ୍କ ଶବ ଦେଖିବାକୁ ମିଳିଥିଲା। ମହିଳାଙ୍କ ଶରୀରରେ ଅନେକ କ୍ଷତବିକ୍ଷତ ଚିହ୍ନ ରହିଥିବାର ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଶବ ଜବତ କରିବା ସହ ତଦନ୍ତ ଚଳାଇଛି। ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି।

Leave A Reply