ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

0

ଝାରସୁଗୁଡ଼ା : ଝାରସୁଗୁଡା ଜିଲା ଏନଏଚ ୪୯ ଠୁଙ୍ଗିଆଡେରା ନିକଟରେ ଜଣେ ଅପରିଚିତ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବେଳପାହାଡ଼ ପୁଲିସ ବ୍ୟକ୍ତି ଜଣକ ମୃତଦେହ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରିଛି।

ବ୍ୟକ୍ତି ଜଣଙ୍କର ମୃତ୍ୟୁ କୌଣସି ଦୁର୍ଘଟଣା କାରଣରୁ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ଉଦ୍ଧାର ବ୍ୟକ୍ତିଙ୍କ ଠାରୁ ପୁଲିସ ୬୯୫୫ଟଙ୍କା ଜବତ କରିଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ ଜଣେ ଡ୍ରାଇଭର ହୋଇଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ତଦନ୍ତ ପରେ ବ୍ୟକ୍ତିଙ୍କ ପରିଚୟ ମିଳିପାରିବ ବୋଲି ପୁଲିସ କହିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Leave A Reply