ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

0

କେନ୍ଦୁଝର : କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ରୁଙ୍ଗଟା ଖଣି ଅଫିସର୍ସ କଲୋନୀସ୍ଥିତ ଏକ ଘରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ ସୁଜିତ ହେମ୍ବ୍ରମ ଓ ତାଙ୍କ ସ୍ତ୍ରୀ। ସୁଜିତ ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ସୂଚନା ଅନୁଯାୟୀ, ରବିବାର ସକାଳେ କୌଣସି କାମ ପାଇଁ ତାଙ୍କର ସହକର୍ମୀ ତାଙ୍କୁ ଫୋନ କରିଥିଲେ। ମାତ୍ର ସୁଜିତ ଫୋନ ନ ଉଠାଇବାରୁ ସେ ତାଙ୍କ ଘରକୁ ଆସିଥିଲେ। ସେ ସେଠାରେ ସୁଜିତ ଓ ତାଙ୍କ ସ୍ତ୍ରୀଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ପାରିବାରିକ କଳହରୁ ଏପରି ଘଟିଥିବା ଅନୁମାନ କରାଯାଉଛି। ପୁଲିସ ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ।

Leave A Reply