ଜଙ୍ଗଲରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

0

ଢେଙ୍କାନାଳ: ଜଣେ ନିଖୋଜ କଲେଜ ଛାତ୍ରଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ସିମିନଇ କଲେଜର ଯୁକ୍ତ ୩ ଛାତ୍ର ବିଦ୍ୟାଧର ପ୍ରଧାନ । କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ଗତ ଦୁଇ ଦିନ ତଳେ ବିଦ୍ୟାଧର କଲେଜକୁ ଯାଇ ଆଉ ଫେରି ନଥିଲେ । ତାଙ୍କ ନିଖୋଜ ହେବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲେ । ଶୁକ୍ରବାର ସକାଳେ ନିକଟସ୍ଥ ଜଙ୍ଗଲରୁ ବିଦ୍ୟଧରଙ୍କ ମୃତଦେହ ମିଳିଥିଲା। ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରେମ ଜନିତ କାରଣରୁ ତାଙ୍କୁ ହତ୍ୟା କରାଯାଇ ଥିବା ପୁଲିସ ସନ୍ଦେହ କରୁଛି ।

Leave A Reply