ଖେଳ ପଡିଆ ନିକଟରୁ ଯୁବକର ମୃତଦେହ ଉଦ୍ଧାର

0

ଭୁବନେଶ୍ୱର: ମଙ୍ଗଳବାର ସକାଳେ ଭୁବନେଶ୍ୱରର ନୂଆପଲ୍ଲୀ ଥାନା ଅର୍ନ୍ତଗତ ହାଇସ୍କୁଲ ଖେଳପଡ଼ିଆରେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରିଛି। ଯୁବକଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ରହିଥିବାର ଦେଖାଯାଇଛି। ମୃତଦେହ ନିକଟରୁ ଟଙ୍କା ଓ ମୋବାଇଲ ଜବତ ହୋଇଛି। ମୃତକର ପରିଚୟ ମିଳିନାହିଁ। ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply