ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ

0

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ରେଙ୍ଗାଳି ଗ୍ରାମରେ ବିଦ୍ୟୁତ ଟ୍ରାନ୍ସଫରମର ମରାମତି ପାଇଁ ଯାଇଥିବା ଜଣେ ଠିକା କର୍ମଚାରୀ ବିଦ୍ୟୁତ ଆଘାତରେ ସଂପୂର୍ଣ୍ଣ ଜଳିଯାଇଛନ୍ତି। ସୂଚନା ଅନୁଯାୟୀ, ୱେସ୍କୋରେ ଠିକା କର୍ମଚାରୀ ଭାବରେ କାମ କରୁଥିବା ଛତିଶଗଡ଼ ସରିଆ ମୂଳ ବାସିନ୍ଦା କାହ୍ନୁ ଚରଣ ସାହୁ (୨୬)। ରେଙ୍ଗାଳି ଗାଁରେ ଥିବା ଟ୍ରାନ୍ସଫରମର ମରାମତି ପାଇଁ ସୋମବାର ସକାଳ ୮ଟାରେ ଟ୍ରାନ୍ସଫରମରକୁ ଚଢିଥିଲେ। ମରାମତି କରୁଥିବା ସମୟରେ ହଠାତ୍‍ ବିଦ୍ୟୁତ ଚାର୍ଜ ହୋଇଯିବାରୁ ନିଆଁ ଲାଗି ସେ ଜଳିଯାଇଥିଲେ। ଖବରପାଇ ଘଟଣାସ୍ଥଳରେ ରେଙ୍ଗାଳି ପୁଲିସ ପହଞ୍ଚି ବିଦ୍ୟୁତ୍ ସରବରାହ ବନ୍ଦ କରିଛି। କାହ୍ନୁ ସବଷ୍ଟେସନ ବିଦ୍ୟୁତ୍ ବନ୍ଦ କରି ଟ୍ରାନ୍ସଫରମର ବନ୍ଦ କରି ଉପରକୁ ଚଢିଥିବା ବେଳେ ବିଦ୍ୟୁତ ଚାର୍ଜ କିପରି ହୋଇଛି ତାହା ତଦନ୍ତ ସାପେକ୍ଷ। ଏନେଇ ବେଲପାହାଡ଼ ୱେସ୍କୋ ଏସଡ଼ିଓ ସନ୍ତୋଷ ପୂଜାରୀଙ୍କୁ ପଚାରିବାରୁ ଏ ବିଷୟରେ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

Leave A Reply