ପତ୍ନୀଙ୍କୁ ହତ୍ୟା  କରିବାପରେ ବ୍ୟାଗରେ ଭର୍ତ୍ତ କରି ରଖିଥିଲେ ହଙ୍ଗକଙ୍ଗ୍‌ର ଜଣେ ପ୍ରଧ୍ୟାପକ

0

ହଙ୍ଗକଙ୍ଗ୍‌.- ହଙ୍ଗକଙ୍ଗ୍‌ରେ ଜଣେ ପ୍ରଧ୍ୟାପକ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା କରିବା ପରେ ସେ ତାଙ୍କ ପତ୍ନୀଙ୍କ ଶରୀରକୁ ଏକ ସୁଟ୍‌କେଶ୍‌ରେ ଲୁଚାଇ ରଖିଥିଲେ ।

ଗତ ସପ୍ତାହରେ ତାଙ୍କ ପତ୍ନୀ ନିଖୋଜ ହୋଇଯାଇଥିବା ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ତାଙ୍କର ତଲାସ କରିଥିଲା । ମାତ୍ର ପରେ ପୁଲିସର ସନ୍ଦେହ ହୋଇଥିଲା । ଘରେ ଲାଗିଥିବା ଏକ ସିସିଟିଭିରୁ ପ୍ରଫେସର ଜଣଙ୍କର ଏକ ବଡ ସୁଟକେଶ୍‌ ନେବା ଆଣିବା କରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ପୁଲିସ ପ୍ରଧ୍ୟାପକଙ୍କୁ ପଚରା ଉଚରା କରିଥିଲା ।ସେ ନିଜ ପତ୍ନୀଙ୍କୁ ହତ୍ୟାକରିବାପରେ ଏକ ସୁଟକେଶ୍‌ରେ ଭର୍ତ୍ତି କରିଥିବା ସ୍ୱୀକାର କରିଥିଲେ ।

Leave A Reply