ବିଶ୍ୱ ଏଡ୍ସ ଦିବସ ପାଳିଲେ ଛାତ୍ରଛାତ୍ରୀ

0

କୋଟଗଡ: କୋଟଗଡ ସନ୍ଥ ଶ୍ରୀ ଆଶାରାମ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମାଣିକେଶ୍ୱରୀ ସାମ୍ବାଦିକ ସଂଘ ଓ ଷ୍ଟୁଡେଣ୍ଟ ୱେଲଫର କ୍ଲବର ମିଳିତ ସହଯୋଗରେ ବିଶ୍ୱ ଏଡସ୍ ଦିବସ ପାଳନ କରି ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏହାକୁ ତହସିଲଦାର ଲକ୍ଷ୍ମଣ ସୋରେନ ଉଦଘାଟନ କରି ପଥ ଉନ୍ମୋଚନ କରିଥିଲେ । ଏହ ସହ ସାଂସଦ ପ୍ରତିନିଧି ମନୋଜ ସାବତ, ରମେଶ ପ୍ରଧାନ, ଚନ୍ଦ୍ର ଶେଖର ନାୟକ, ମହାବିଦ୍ୟାଳୟର ଅଧକ୍ଷ ଏବଂ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ବାହାରି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ହେଲେ ସରକାରୀ ସ୍ତରରୁ ନର୍ଦେଶ ଥାଇ ମଧ୍ୟ କୋଟଗଡର ସୁବର୍ଣ୍ଣଗିରୀ ସରକାରୀ ଗୋଷ୍ଠି ସ୍ୱୀସ୍ଥ୍ୟ କେନ୍ଦ୍ର ତରଫରୁ କୈଣସି  ଏଡସ୍ ସଚେତନତା ଶିବିର କରାଯାଇ ନଥିବା ଅଭିଯୋଗ ହୋଇଛି ।

Leave A Reply