ସିଲହଟ୍‍ ସିକ୍ସର୍ସ ପାଇଁ ୱାର୍ଣ୍ଣର ଚୁକ୍ତିବଦ୍ଧ

0

ଢାକା : ବଲ୍‍ ଟ୍ୟାମ୍ପରିଂ ଅଭିଯୋଗରେ ଏକ ବର୍ଷ ପାଇଁ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆର ଓପନିଂ ବ୍ୟାଟସମ୍ୟାନ ଡେଭିଡ୍‍ ୱାର୍ଣ୍ଣର ଇତିମଧ୍ୟରେ ବାଂଲାଦେଶ ପ୍ରିମିୟର ଲିଗ୍‍ ଫ୍ରାଞ୍ଚାଇଜି ସିଲହଟ୍‍ ସିକ୍ସର୍ସ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ୩୧ ବର୍ଷୀୟ ୱାର୍ଣ୍ଣର ଏ ସମ୍ପର୍କରେ ଫେସବୁକ୍‍ ଜରିଆରେ ନିଜର ପ୍ରଶଂସକଙ୍କୁ ସୂଚିତ କରାଇଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ କେପ୍‍ ଟାଉନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଥିବାବେଳେ ବଲ ଟ୍ୟାମ୍ପରିଂ ଯୋଗୁଁ ଅଷ୍ଟ୍ରେଲିଆର ତିନିଜଣ ଖେଳାଳି ଷ୍ଟିଭେନ ସ୍ମିଥ୍‍, ଡେଭିଡ ୱାର୍ଣ୍ଣର ଓ କାମେରନ ବାନ୍‍କ୍ରଫ୍ଟଙ୍କୁ ଆଇସିସି ପକ୍ଷରୁ ବାସନ୍ଦ କରାଯାଇଛି। ବାସନ୍ଦ ହେବାପରେ ୱାର୍ଣ୍ଣର କାନାଡାରେ ଆୟୋଜିତ ୱର୍ଲ୍ଡ ଟ୍ୱେଣ୍ଟି୨୦ ଓ କ୍ୟାରିବିୟାନ ପ୍ରିମିୟର ଲିଗ୍‍ରେ ଅଂଶଗ୍ରହଣ କରିସାରିଛନ୍ତି। ୨୦୧୯ ମାର୍ଚ୍ଚରେ ୱାର୍ଣ୍ଣରଙ୍କ ଉପରକୁ ବାସନ୍ଦାଦେଶ ହଟିବ।

Leave A Reply