ବଳାତ୍କାର ଅଭିଯୁକ୍ତ ବାବା ଦାତି ମହାରାଜାଙ୍କୁ ୭ ଘଣ୍ଟାରେ ୨୦୦ ପ୍ରଶ୍ନ ପଚାରିଲା କ୍ରାଇମବ୍ରାଞ୍ଚ

0

ନୂଆଦିଲ୍ଲୀ:  ଆତ୍ମ ଘୋଷିତ ବାବା ଦାତି  ମହାରାଜା ଏବେ ବଳାତ୍କାର ମାମଲାରେ ଛନ୍ଦି ହୋଇଯାଇଛନ୍ତି । ତାଙ୍କ ଆଶ୍ରମରୁ ଶତାଧିକ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ସେ ନିଜର ଜଣେ ଅନୁଗାମୀ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାପରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଗିରଫ କରିଛି । ଗିରଫ କରିବା ପରେ ତାଙ୍କୁ ରିମାଣ୍ଡରେ ନେଇଛି ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚ । ଏହି ଘଟଣାରେ ତାଙ୍କୁ ୭ ଘଣ୍ଟା କାଳ ଏକ କୋଠରୀରରେ ତଦନ୍ତକାରୀ  ଅଧିକାରୀମାନେ ଜେରା କରିଥିଲେ । ତାଙ୍କୁ ଏଥିପାଇଁ ପ୍ରାୟ ୨୦୦ଟି ପ୍ରଶ୍ନ ପଚାରିଥିଲେ । କେତର ପ୍ରଶ୍ନ ଓ ଉତ୍ତର ମଧ୍ୟରେ ତାଳ ମେଳ ରହୁ ନଥିବା ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି ।

ଶୁକ୍ରବାରରେ କ୍ରାଇମ୍‌ବ୍ରାଞ୍ଚ ପୁଣି ଦାତି ମହାରାଜାଙ୍କର ଜେରା କରିବ । ଏହି ମହିଳାଙ୍କୁ ଦାତି ମହାରାଜା ଦିଲ୍ଲୀ  ଓ ରାଜସ୍ଥାନରେ ଦୁଇ ବର୍ଷ କାଳ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ ଦାତି ମହାରାଜଙ୍କ ଆଶ୍ରମରେ ଚଢଉ କରିଥିଲା । ମାତ୍ର ସେ ସେଠାରେ ମିଳି ନ ଥିଲେ । ପରେ କ୍ରାଇମ୍‌ବ୍ରାଞ୍ଚ ମାମଲା ହସ୍ତାନ୍ତର ହୋଇଥିଲା । କ୍ରାଇମ୍‌ବ୍ରାଞ୍ଚ ବାବାଙ୍କୁ ଗିରଫ କରିବା ସହ ଏହାର ତଦନ୍ତ କରୁଛି ।

Leave A Reply