ସ୍ଥାୟୀ ନିଯୁକ୍ତି ଦାବିରେ ଡାଟା ଏଣ୍ଟ୍ରି ଅପରେଟର ସଂଘର ଧାରଣା

0

ଭୁବନେଶ୍ବର : ସ୍ଥାୟୀ ନିଯୁକ୍ତି ଦାବିରେ ରାଜ୍ୟ ତହସିଲ ଡାଟା ଏଣ୍ଟ୍ରି ଅପରେଟର ସଂଘ ବିଧାନସଭା ସମ୍ମୁଖରେ ଧାରଣା ଦେଇଛି। ୧୨ବର୍ଷ ପରେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁ ନଥିବା ଅଭିଯୋଗ କରି ବୁଧବାର ଦିନ ସଂଘ ପକ୍ଷରୁ ଧାରଣା ଦିଆଯାଇଛି। ୨୦୦୭ମସିହାରେ ପ୍ରାୟ ୬୦୦ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଥିଲେ। ୬ବର୍ଷ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରିବା ପରେ ସେମାନଙ୍କୁ ସ୍ଥାୟୀ କର୍ମଚାରୀ ରୂପେ ନିଯୁକ୍ତି କରିବାର ନିୟମ ରହିଛି। କିନ୍ତୁ ଡାଟା ଏଣ୍ଟ୍ରି ଅପରେଟର କର୍ମଚାରୀଙ୍କ କ୍ଷେତ୍ରରେ ଏହା ଲାଗୁ କରାଯାଇ ନଥିବା ଅଭିଯୋଗ ହୋଇଛି।

ସଂଘ ପୂର୍ବରୁ ବାରମ୍ବାର ସରକାରଙ୍କ ସହ ଆଲୋଚନା କରିଥି​‌ଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରି ନାହିଁ। ଫଳରେ ଆଜି ସଂଘ ବିଧାନସଭା ସମ୍ମୁଖରେ ଧାରଣା ଦେଇଛି। ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ଡାଟାଏଣ୍ଟ୍ରି ଅପରେଟର ସଂଘ ଚେତାବନୀ ଦେଇଛି।

Leave A Reply